ଭୁବନେଶ୍ବର: ଗୁରୁତର କୋଭିଡ଼ ରୋଗୀଙ୍କ ପାଇଁ ଖୁସିର ଖବର । କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ବର ଏମ୍ସରେ ହେବ । ଏମ୍ସରେ ସ୍ଥାପନ ହେବ ଦୁଇଟି ଏକମୋ (ECMO) ମେସିନ୍ ।
ରାଜ୍ୟରେ ଯେଉଁଭଳି ଭାବରେ କୋରୋନା ସଂକ୍ରମଣ ସହ ଫୁସଫୁସ ସମସ୍ୟା ବହୁଳ ମାତ୍ରାରେ ଦେଖାଦେଇଛି । ଏହା ଦ୍ବାରା ରାଜ୍ୟରେ ଏକମୋର ଚିକିତ୍ସା ନଥିବାରୁ ରୋଗୀ ବାହାର ରାଜ୍ୟକୁ ଯାଉଛନ୍ତି । କିନ୍ତୁ ଆଉ ଏବେ ବାହାର ରାଜ୍ୟକୁ ଯିବେ ନାହିଁ ରୋଗୀ ।
![ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ 2ଟି ECMO ମେସିନ୍](https://etvbharatimages.akamaized.net/etvbharat/prod-images/od-bbsr-05-corona-ecmo-unit-aiims-7206049_10062021150317_1006f_1623317597_293.jpg)
ଭୁବନେଶ୍ବରରେ ସ୍ଥାପନ ହେବ 2ଟି ଏକମୋ ୟୁନିଟ। ଏକମୋ ମେସିନ୍ କିଣିବା ପାଇଁ ଅର୍ଡର ଦିଆଯାଇଛି । ଖୁବଶୀଘ୍ର ଏହାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରଥମ ଏକମୋ ମେସିନ୍ ଚଳିତ ମାସ ଶେଷ ସୁଦ୍ଧା ବିତରଣ ଏବଂ ସଂସ୍ଥାପିତ ହେବ ବୋଲି ଆଶା କରାଯାଉଛି ।
ଯାହାକି ଯୋଗାଣକାରୀ ସଂସ୍ଥା ଦ୍ବାରା ନିଶ୍ଚିତ ହୋଇଛି । ଏହି ଏକମୋ ମେସିନ୍ ଗୁଡିକ କ୍ରିଟିକାଲ୍ କୋଭିଡ଼ ରୋଗୀଙ୍କ ଚିକିତ୍ସା କରିବା ଏବଂ ବିଭିନ୍ନ ଆଇସିୟୁ ଗୁଡ଼ିକର ଅନ୍ୟାନ୍ୟ ଜଟିଳ ମାମଲା ପାଇଁ ଉଦ୍ଧିଷ୍ଟ । ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ଏକମୋ ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି ।
ଏବଂ ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍ସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି । ଯାହା ଲୋକଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ । ବିଶେଷକରି ଯେଉଁମାନେ ବାହ୍ୟ ଚିକିତ୍ସା ପାଇଁ ସୂଚିତ । ଏନେଇ ଏମ୍ସ ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ