ETV Bharat / city

ସ୍ମରଣଶକ୍ତି ବୃଦ୍ଧିର କୌଶଳ ଶିଖାଇଲେ ମେମୋରୀ ଗୁରୁ ବିରେନ୍ଦ୍ର ମେହେଟା - ଫଟୋ ମାଧ୍ୟମରେ ବିଭିନ୍ନ ଜିନିଷକୁ

ଦେଶର ସୁନାମଧନ୍ୟ ମେମୋରୀ ଗୁରୁ ବିରେନ୍ଦ୍ର ମେହେଟା ସାମନ୍ତରାୟପୁର ଠାରେ ଥିବା ସ୍ପିରିଚୁଆଲ ଏକାଡେମୀରେ ଛାତ୍ରଛାତ୍ରୀଙ୍କ ସ୍ମରଣଶକ୍ତି ବୃଦ୍ଧି ନିମନ୍ତେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ 200ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 24, 2019, 7:21 PM IST

ଭୁବନେଶ୍ବର: ମଣିଷ ନିକଟରେ ଏପରି ଏକ ଶକ୍ତି ଅଛି ଯାହା ବଳରେ ସେ ଅନେକ କଥା ମନେ ରଖିପାରିବା ସହିତ ତାହାକୁ ସଠିକ ସମୟରେ କାର୍ଯ୍ୟରେ ଲଗାଇ ସଫଳତାର ଶିଖରକୁ ପହଞ୍ଚି ପାରୁଛି ଯାହାକୁ ସ୍ମରଣଶକ୍ତି କୁହାଯାଏ। କିନ୍ତୁ ସମସ୍ତଙ୍କ ନିକଟରେ ଏହା ସଠିକ ପରିମାଣରେ ନ ଥିବାରୁ ଅନେକ କାର୍ଯ୍ୟରେ ବିଫଳ ହୋଇଥାନ୍ତି। ଯାହା ପାଇଁ ସେମାନେ ଅନେକ ସମୟରେ ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି। ଆଜିର ଦିନରେ କିପରି ସହଜରେ ନିଜ ସ୍ମରଣ ଶକ୍ତି ବୃଦ୍ଧି କରିବା ସହିତ ଅନେକ ଜିନିଷକୁ ଅକ୍ଳେଶରେ ମନେ ରଖାଯାଇପାରିବ ସେ ବିଷୟରେ ପିଲାମାନଙ୍କୁ କୌଶଳ ଶିକ୍ଷା ଦେଇଛନ୍ତି ଦେଶର ସୁନାମଧନ୍ୟ ମେମୋରୀ ଗୁରୁ ବିରେନ୍ଦ୍ର ମେହେଟା।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ସ୍ଥାନୀୟ ସାମନ୍ତରାୟପୁର ଠାରେ ଥିବା ସ୍ପିରିଚୁଆଲ ଏକାଡେମୀ ଠାରେ ଛାତ୍ରଛାତ୍ରୀଙ୍କ ସ୍ମରଣଶକ୍ତି ବୃଦ୍ଧି ନିମନ୍ତେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା 200 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବିରେନ୍ଦ୍ର ମେହେଟା ବିଭିନ୍ନ ସଂଖ୍ୟା, ସ୍ଥାନ, ବସ୍ତୁ ଆଦିର ନାମକୁ ସହଜରେ ମାନେ ରଖିବା ଉପାୟ ବିଷୟରେ ଶିକ୍ଷା ଦେଇଥିଲେ। ଯାହାକୁ ସେମାନେ ପରବର୍ତ୍ତୀ ସମୟରେ ତାହାର ଉତ୍ତର ଖୁବଶିଘ୍ର ନିର୍ଭୁଲ ଭାବରେ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏମିତିକି ପିଲାମାନେ 10 ମିନିଟରେ 200 ଶବ୍ଦ ମନେ ରଖି ସଠିକ ଉତ୍ତର ଦେଇଛନ୍ତି ।

ଏହି ଅବସରରେ ମେହେଟା ଫଟୋ ମାଧ୍ୟମରେ ବିଭିନ୍ନ ଜିନିଷକୁ ପିଲାମାନେ ମନେ ରଖିବାକୁ ସହଜ ହୋଇଥାଏ । ବୈଦିକ ଉପାୟରେ ଶିକ୍ଷା ଦେଲେ ପିଲାମାନଙ୍କର ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି କହିଛନ୍ତି। ଏହା ସେମାନଙ୍କୁ ବହୁତ ପରିମାଣରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ପିଲାମାନେ ମଧ୍ୟ ଏହି ପଦ୍ଧତିକୁ ବେଶ ଭଲ ଓ ଏହା ଭବିଷ୍ୟତରେ ସେମାନଙ୍କୁ ଅନେକ ସାହାଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ମଣିଷ ନିକଟରେ ଏପରି ଏକ ଶକ୍ତି ଅଛି ଯାହା ବଳରେ ସେ ଅନେକ କଥା ମନେ ରଖିପାରିବା ସହିତ ତାହାକୁ ସଠିକ ସମୟରେ କାର୍ଯ୍ୟରେ ଲଗାଇ ସଫଳତା ର ଶିଖରକୁ ପହଞ୍ଚିପାର।ଯାହାକୁ ସ୍ମରଣଶକ୍ତି କୁହାଯାଏ।କିନ୍ତୁ ସମସ୍ତଙ୍କ ନିକଟରେ ଏହା ସଠିକ ପରିମାଣରେ ନ ଥିବାରୁ ଅନେକ କାର୍ଯ୍ୟରେ ବିଫଳ ହୋଇଥାନ୍ତି।ଯାହା ପାଇଁ ସେମାନେ ଅନେକ ସମୟରେ ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି।ତେବେ ଆଜିର ଦିନରେ କିପରି ସହଜରେ ନିଜ ସ୍ମରଣ ଶକ୍ତି ବୃଦ୍ଧି କରିବା ସହିତ ଅନେକ ଜିନିଷ କୁ ଅକ୍ଳେଶରେ ମନେ ରଖାଯାଇପାରିବ ସେ ବିଷୟରେ ପିଲାମାନଙ୍କୁ କୌଶଳ ଶିକ୍ଷା ଦେଇଛନ୍ତି ଦେଶର ସୁନାମଧନ୍ୟ ମେମୋରୀ ଗୁରୁ ବିରେନ୍ଦ୍ର ମେହେଟା।

Body:ସ୍ଥାନୀୟ ସାମନ୍ତରାୟପୁର ଠାରେ ଥିବା ସ୍ପିରିଚୁଆଲ ଏକାଡେମୀ ଠାରେ ଛାତ୍ରଛାତ୍ରୀଙ୍କ ସ୍ମରଣଶକ୍ତି ବୃଦ୍ଧି ନିମନ୍ତେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା 200 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବିରେନ୍ଦ୍ର ମେହେଟା ବିଭିନ୍ନ ସଂଖ୍ୟା,ସ୍ଥାନ,ବସ୍ତୁ ଆଦିର ନାମକୁ ସହଜରେ ମାନେରଖିବାର ଉପାୟ ବତାଇ ଥିଲେ।ଆଉ ଯାହାକୁ ସେମାନେ ପରବର୍ତ୍ତୀ ସମୟରେ ତାହାର ଉତ୍ତର ଚଟାକ କରି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି।ଏମିତିକି ପିଲାମାନେ 10 ମିନିଟ ରେ 200 ଶବ୍ଦ ମନେ ରଖିତାହାର ସଠିକ ଉତ୍ତର ଦେଇଥିବା ସେ କହିଛନ୍ତି।
ଏହି ଅବସରରେ ଶ୍ରୀ ମେହେଟା ଫଟୋ ମାଧ୍ୟମରେ ବିଭିନ୍ନ ଜିନିଷ କୁ ପିଲାମାନେ ମନେ ରଖିବାକୁ ସହଜ ହୋଇଥାଏ ଆଉ ବୈଦିକ ଉପାୟରେ ଏହା ଶିକ୍ଷା ଦେଲେ ସେମାନଙ୍କ ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି କହିଛନ୍ତି।ଯାହାଫଳରେ ଏହା ସେମାନଙ୍କୁ ବହୁତ ପରିମାଣରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ପିଲାମାନେ ମଧ୍ୟ ଏହି ପଦ୍ଧତିକୁ ବେଶ ଭଲ ଓ ଏହା ଭବିଷ୍ୟତରେ ସେମାନଙ୍କୁ ଅନେକ ସାହାଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି।ଏହା ସହିତ ଏହା ପିଲାମାନଙ୍କ ସହିତ ଶିକ୍ଷକ ଓ ଅଭିଭାବକ ମାନଙ୍କ ପାଇଁ ଉପାଦେୟ ହେବ ବୋଲି ଭାଗଣେଇଥିବା ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି।
ବାଇଟ-1-ବିରେନ୍ଦ୍ର ମେହେଟା-ମେମୋରୀ ଗୁରୁ
ବାଇଟ-2-ଶିକ୍ଷୟତ୍ରୀ
ବାଇଟ-3,4-ଛାତ୍ରଛାତ୍ରୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.