ETV Bharat / city

ନିଶା ସାମଗ୍ରୀ କାରବାର ଅଭିଯୋଗ: 2 ଭାଇ ଗିରଫ, 30 ଲକ୍ଷର ସୁନା ଜବତ

STF ହାତରେ ଗଞ୍ଜାମର ଦୁଇ ନିଶା ମାଫିଆ । ଘରୁ ଜବତ ହେଲା ବିପୁଳ ପରିମାଣର ବେଆଇନ ସାମଗ୍ରୀ । ଅଧିକ ପଢନ୍ତୁ

ନିଶା ସାମଗ୍ରୀ କାରବାର ଅଭିଯୋଗରେ 2 ଭାଇ ଗିରଫ
ନିଶା ସାମଗ୍ରୀ କାରବାର ଅଭିଯୋଗରେ 2 ଭାଇ ଗିରଫ
author img

By

Published : Apr 30, 2022, 5:52 PM IST

ଭୁବନେଶ୍ବର: STF ହାତରେ ଗଞ୍ଜାମ ବୁଗୁଡା ଅଞ୍ଚଳର ଦୁଇ ନିଶା ମାଫିଆ । ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନ ନାମକ ଦୁଇଭାଇଙ୍କୁ ଗିରଫ କରିଛି ଭୁବନେଶ୍ବର ଏସଟିଏଫ ଟିମ୍ ।

ନିଶା ସାମଗ୍ରୀ କାରବାର ଅଭିଯୋଗରେ 2 ଭାଇ ଗିରଫ

ଖବର ପାଇ ବନମାଳୀ ଏବଂ ଅରୁଣ ଘରେ ଚଢାଉ କରିଥିଲା ଏସଟିଏଫ ଟିମ୍ । ସେମାନଙ୍କ ଠାରୁ ୧୦୭ କେଜି ଗଞ୍ଜେଇ, ୫୧୭ ଗ୍ରାମ ଅଫିମ, ୬୦୭ ଗ୍ରାମ ସୁନା, ୧୯୬ ଗ୍ରାମ ରୁପା, ଗୋଟିଏ ଇନୋଭା କାର ଏବଂ ୨୯ ଟି ଜମିଜମା ସମ୍ପତ୍ତି ଜବତ ହୋଇଛି । ପୋଲିସ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଏସଟିଏଫ ଏସପି ଏସ.ଏନ ରଥ ସୂଚନା ଦେଇଛନ୍ତି ।

ନିଶା ସାମଗ୍ରୀ କାରବାର ଅଭିଯୋଗରେ 2 ଭାଇ ଗିରଫ
ନିଶା ସାମଗ୍ରୀ କାରବାର ଅଭିଯୋଗରେ 2 ଭାଇ ଗିରଫ

ଏସପି ରଥଙ୍କ ସୂଚନା ଅନୁଯାୟା, 'ଅଭିଯୁକ୍ତ ଦୁଇ ଭାଇଙ୍କ ଠାରୁ ଗିରଫ ହୋଇଥିବା ସୁନାର ମୂଲ୍ୟ ପାଖାପାଖି 30 ଲକ୍ଷ ହେବ । 2020 ମସିହା ମଧ୍ୟରେ ରାଜ୍ୟରୁ 50 କିଲୋଗ୍ରାମର ବ୍ରାଉନସୁଗାର, 93 କ୍ବିଣ୍ଟାଲ ଗଞ୍ଜେଇ, 202 ଗ୍ରାମ କୋକେନ ଏବଂ 750 ଗ୍ରାମର ଓପିଅମ(Opium) ଜବତ ହୋଇଛି ।' ଏଥିସହ 141 ଜଣ ନିଶା ମାଫିଆ ଗିରଫ ହୋଇଥିବା ଏସପି ରଥ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.