ETV Bharat / city

ଅନଲାଇନ ଟ୍ୟାକ୍ସିରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା STF

ଅନଲାଇନରେ ଟ୍ୟାକ୍ସି ବୁକିଂ କରି ଗଞ୍ଜେଇ ଚାଲାଣ କରୁଥିଲେ ଚାଲାଣକାରୀ । ଦୁଇ ଜଣଙ୍କୁ ଗିରଫ କଲା STF । ଅଧିକ ପଢନ୍ତୁ

author img

By

Published : Jan 7, 2022, 10:23 AM IST

ଅନଲାଇନ ଟ୍ୟାକ୍ସିରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା STF
ଅନଲାଇନ ଟ୍ୟାକ୍ସିରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା STF

ଭୁବନେଶ୍ବର: ରାଜଧାନୀରେ ଗଞ୍ଜେଇ ଚାଲାଣକାରୀଙ୍କ ନୂଆ ଟ୍ରିକ୍ । ଅନଲାଇନରେ ଟ୍ୟାକ୍ସି ବୁକିଂ କରି ଗଞ୍ଜେଇ ଚାଲାଣ କରୁଥିଲେ ଚାଲାଣକାରୀ । ସୂଚନା ପାଇ ନୟାପଲ୍ଲୀ ଥାନା ଅଞ୍ଚଳରୁ ଗାଡିକୁ ଜବତ କରିଛି ଏସଟିଏଫ(STF) । ଗାଡି ମଧ୍ୟରୁ 40 କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 4 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ, ଟ୍ୟାକ୍ସି ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏସଟିଏଫକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ଟିମ୍ ଉକ୍ତ ଗାଡିର ପିଛା କରିଥିଲେ । ଶେଷରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଗାଡିଟିକୁ ଧରିବାରେ ସକ୍ଷମ ହୋଇଥିଲା ଏସଟିଏଫ । ଜବତ କାର୍‌ଟି ଏକ ଅନଲାଇନ ଟ୍ୟାକ୍ସି କମ୍ପାନୀର ହୋଇଥିବାବେଳେ ଏ ଦିଗରେ ଅଧିକ ଖୋଳତାଡ କରୁଛି ପୋଲିସ । ସାଧାରଣ ଯାତ୍ରା ଭଳି ଟ୍ୟାକ୍ସି ଯୋଗେ ଏଭଳି ଗଞ୍ଜେଇ ଚାଲାଣ କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.