ETV Bharat / city

ଲକଡାଉନରେ ମଦର ହୋମ ଡେଲିଭେରି, ୨ ବ୍ଯବସାୟୀ ଗିରଫ - ମଦ ହୋମ ଡେଲିଭେରି

ଲକଡାଉନରେ ମଦ ହୋମ ଡେଲିଭେରି କରି ଗିରଫ ହେଲେ ରାଜଧାନୀର ୨ବ୍ଯବସାୟୀ । ଅଧିକ ପଢନ୍ତୁ..

illegally liquor home delivery
ଲକଡାଉନରେ ମଦର ହୋମ ଡେଲିଭେରି, ୨ ବ୍ଯବସାୟୀ ଗିରଫ
author img

By

Published : May 13, 2020, 10:50 PM IST

ଭୁବନେଶ୍ବର: ଲକଡାଉନ ସମୟରେ ରାଜଧାନୀରେ ମଦର ଚୋରା ବିକ୍ରି । ତାହା ପୁଣି ଦୁଇଗୁଣା ଦରରେ ହୋମ ଡେଲିଭେରି । ଏଭଳି ଚୋରା ମଦ ବିକ୍ରି ବେଳେ ଧରାପଡିଛନ୍ତି ୨ ବ୍ଯବସାୟୀ। ସେମାନେ ହେଲେ ସୁକଦେବ ଗୌଡା, ଦୀପକ ବାରିକ । ୫୨ଏ ଓଡିଶା ଏକ୍ସସାଇଜ ଆକ୍ଟ ଏବଂ ଧାରା ୨୬୯/୨୭୦ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ ।

illegally liquor home delivery
ଲକଡାଉନରେ ମଦର ହୋମ ଡେଲିଭେରି, ୨ ବ୍ଯବସାୟୀ ଗିରଫ

ସୂଚନା ମୁତାବକ ୟୁପିଆଇ ପେମେଣ୍ଟ ଜରିଆରେ ଆଡଭାନ୍ସ ନେଇ ଦୁଇଗୁଣା ଦରରେ ଏହି 2 ଜଣ ମଦ ବିକ୍ରି କରୁଥିଲେ । ଏପରିକି ଘରେ ନେଇ ପହଞ୍ଚାଇଲେ ଅଧିକ ଚାର୍ଜ ବି ଆଦାୟ କରୁଥିଲେ । ଏପରି ଭାବେ ଅଭ୍ଯସ୍ତ ନିଶା ନେଉଥିବା ଲୋକଙ୍କ ଡିମାଣ୍ଡ ଦେଖି ମାଲମାଲ ହେଉଥିଲେ 2 ବ୍ଯବସାୟୀ ।

ସବୁଜାଣି ବି କ୍ଯାପିଟାଲ ଥାନା ପୋଲିସ ଧରୁନଥିବା ଅଭିଯୋଗ ହୋଇଥିଲା । ଶେଷରେ ଏ ନେଇ ସୁରାକ ପାଇ ପିଛା କରିଥିଲା କୁଇକ ଆକ୍ସନ ଟିମ । ପରେ କ୍ଯାପିଟାଲ ପୋଲିସର ମିଳିତ ଚଢାଉ ବେଳେ ୪୮ ବୋତଲ ବିୟର, ୨ ବଟଲ ହ୍ବିଷ୍କି ସହ ୫୦୭୦ଟଙ୍କା ଓ ଡେଲିଭେରି କରାଯାଉଥିବା ଦୁଇଟି ଗାଡିକୁ ଜବତ କରିଛି କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.