ETV Bharat / city

ଓ୍ବାର୍ଡରେ ପ୍ରଚାର‌ କରିବାକୁ ମାଗୁଥିଲେ ୨ ଲକ୍ଷ, କର୍ପୋରେଟର‌ ପ୍ରାର୍ଥୀଙ୍କ ଅଭିଯୋଗ ପରେ ୨ ଗିରଫ - ନେତାଙ୍କୁ ବଟି ମାଗିବା ପଡ଼ିଛି ମହଙ୍ଗା

ନିର୍ବାଚନ ଆଳରେ ନେତାଙ୍କୁ ବଟି ମାଗିବା ପଡ଼ିଛି ମହଙ୍ଗା । ନିଜକୁ ଲୋକାଲ ପିଲା କହି କଲେକ୍ସନ କରୁଥିଲେ ବଟି । ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା। ଅଧିକ ପଢ଼ନ୍ତୁ

ମହଙ୍ଗା ପଡ଼ିଲା ନେତାଙ୍କୁ ବଟି ମାଗିବା
ମହଙ୍ଗା ପଡ଼ିଲା ନେତାଙ୍କୁ ବଟି ମାଗିବା
author img

By

Published : Mar 22, 2022, 7:42 AM IST

ଭୁବନେଶ୍ବର: ନିର୍ବାଚନ ଆଳରେ ନେତାଙ୍କୁ ବଟି ମାଗିବା ପଡ଼ିଛି ମହଙ୍ଗା । ନିଜକୁ ଲୋକାଲ ପିଲା କହି କଲେକ୍ସନ କରୁଥିଲେ ବଟି । ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ବ୍ୟକ୍ତିଦ୍ବୟ ହେଲେ ସୋମନାଥ ହାତି, ଲିଟୁନା ସ୍ବାଇଁ । ସୂଚନାନୁସାରେ ଲିଙ୍ଗରାଜ ଥାନା ଅଞ୍ଚଳର ୫୫ନମ୍ବର ଓ୍ବାର୍ଡ ପ୍ରାର୍ଥୀ ନୃପେଶ ନାୟକ ନିର୍ବାଚନ ଲାଗି ପ୍ରଚାର କରୁଥିଲେ ।

ସେହି ସମୟରେ ସୋମନାଥ, ଲିଟୁନା ପ୍ରାର୍ଥୀଙ୍କ ଘରେ ବଳପୂର୍ବକ ପ୍ରବେଶ କରି ୨ଲକ୍ଷ ଟଙ୍କା ଦାଦବାଟି ମାଗିଥିଲେ। କହିଥିଲେ ଅଞ୍ଚଳରେ ପଶି ପ୍ରଚାର‌ କରିବାକୁ ହେଲେ ଚାନ୍ଦା ଦେବାକୁ ପଡ଼ିବ । କିନ୍ତୁ ପ୍ରାର୍ଥୀ ନୃପେଶ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏହାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିବା ସହ ସୋମନାଥ ଏବଂ ଲିଟୁନା ଦୁହେଁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ମନ୍ଦ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏନେଇ ପ୍ରାର୍ଥୀ ନୃପେଶ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ସୋମନାଥ ଏବଂ ଲିଟୁନାଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ଗୋଟିଏ ବୁଲେଟ ମୋଟର ସାଇକେଲ ଜବତ କରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.