ଭୁବନେଶ୍ବର: ଲୁଟ୍ ପାଇଁ ହୋଇଥିଲା ବାବା ବିଭୁ ପ୍ରସାଦ ଦାସଙ୍କୁ ଛୁରାମାଡ । ଗତମାସ ୧୬ତାରିଖରେ ଘାଟିକିଆରେ କରିଥିଲେ ଲୁହ ଲୁହାଣ । ରାତିରେ ଏକୁଟିଆ ଯାଉଥିବା ବାବାଙ୍କୁ ଦେଖି କରିଥିଲେ ଛୁରାମାଡ଼ । ଛାତିରେ ଛୁରାମାଡ଼ କରି ନେଇଯାଇଥିଲେ ମୋବାଇଲ ଫୋନ । ଏହି ଘଟଣାରେ ଛୁରାମାଡ କରିଥିବା ଦୀପକ ପ୍ରଧାନ ଓରଫ କାଳିଆ ସହ ଲୁଟ୍ ମୋବାଇଲ କିଣୁଥିବା ସହଯୋଗୀ ଶୁଭମ ସ୍ବାଇଁକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ସେମାନଙ୍କ ନିକଟରୁ ୧୪ଟି ଲୁଟ ମୋବାଇଲ ସହ ଗୋଟିଏ ବାଇକ ଜବତ କରିଛି ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର