ETV Bharat / city

ରାଜ୍ୟରେ ୫ ବର୍ଷରେ ୨୫ ହାଜତ ମୃତ୍ୟୁ ମାମଲା - ଓଡ଼ିଶା ପୋଲିସ ଖବର

ସରିଛି ବିଧାନସଭାର ବଜେଟ ଅଧିବେଶନ । ଲମ୍ବା ସମୟ ଧରି ଚାଲିଥିବା ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହୋଇଛି । ଶେଷ ଦିନର ଏହି ଅଧିବେଶନରେ ହାଜତ ମୃତ୍ୟୁ ମାମଲା ନେଇ ବିବାଦୀୟ ହୋଇଛି ଓଡ଼ିଶା ପୋଲିସ । ଅଧିକ ପଢ଼ନ୍ତୁ

ସରିଛି ବିଧାନସଭାର ମୌସୁମୀ ଅଧିବେଶନ : ରାଜ୍ୟରେ ୫ ବର୍ଷରେ ୨୫ ହାଜତ ମୃତ୍ୟୁ ମାମଲାକୁ ନେଇ ବିବାଦରେ ଓଡ଼ିଶା ପୋଲିସ

author img

By

Published : Aug 2, 2022, 8:23 AM IST

Updated : Aug 2, 2022, 3:06 PM IST

ଭୁବନେଶ୍ବର: ନିର୍ଦ୍ଧାରିତ 3 ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ବିଭିନ୍ନ ସମୟରେ ମୁଲତବୀ ହୋଇଥିଲେ ମଧ୍ୟ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି । ତେବେ ଏହି ପ୍ରସଙ୍ଗ ଭିତରେ ହାଜତ ମୃତ୍ୟୁ(Custodial Death in Odisha) ମାମଲା ନେଇ ବିବାଦୀୟ ହୋଇଛି ଓଡ଼ିଶା ପୋଲିସ । ସମାଲୋଚନାର ଶିକାର ହୋଇଛନ୍ତି ରାଜ୍ୟ ସରକାର ।

ବିଗତ ୫ ବର୍ଷ ମଧ୍ୟରେ ପୋଲିସ ହେପାଜତରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିମଧ୍ୟରୁ କେବଳ ୪ଟି ମାମଲାର ତଦନ୍ତ ସରିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ, "ଗତ ୫ ବର୍ଷ ଯଥା ୨୦୧୭ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୪,୩୬୫ଟି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି । ସେହିଭଳି ପୋଲିସ ହେପାଜତରେ ମୃତ୍ୟୁ ଘଟଣାରେ ୨୫ଟି ମାମଲା ରୁଜୁ ହୋଇଛି । ଏହି ମାମଲା ମଧ୍ୟରୁ ୪ଟିର ତଦନ୍ତ ଶେଷ ହୋଇଛି । ବାକି ୨୧ଟି ମାମଲାର ତଦନ୍ତ ଏବେ ବି ଜାରି ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 2, 2022, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.