ଭୁବନେଶ୍ବର: ଟ୍ରକର ବର୍ଦ୍ଧିତ ଭଡା ଧାର୍ଯ୍ୟ ନିଷ୍ପତ୍ତି ବିଳମ୍ବ ପ୍ରତିବାଦ ଓ ରୋଡ଼ ଟାକ୍ସକୁ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଛାଡ଼ ପାଇଁ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ଟ୍ରକ ମାଲିକ ସଂଘ । କୋରୋନା ପାଇଁ ଏବେ 35 ପ୍ରତିଶତ ଟ୍ରକ ଚାଲୁଛି। 65 ପ୍ରତିଶତ ଚାଲୁନି । 2008ରେ ଶେଷ ଥର ଭଡା ଧାର୍ଯ୍ୟ ହୋଇଥିଲା। 13 ଟି ପାରା ମିଟର ନେଇ ଭଡା ଧାର୍ଯ୍ୟ ହୋଇଥାଏ।
ସେପଟେ ସଂଘ କହିଛି, ଆମର ଦାବି ସରକାର ସର୍ବନିମ୍ନ ଓ ସର୍ବାଧିକ ଭଡା ଧାର୍ଯ୍ୟ କରନ୍ତୁ । 2017ରେ ବୈଷୟିକ କମିଟି ଭଡା ବଢିବା ନେଇ ସୁପାରିଶ କରିଥିଲା। କିନ୍ତୁ ସରକାର ଏହାକୁ କାର୍ଯ୍ୟକାରୀ ନ କରିବାରୁ ଆମେ ହାଇକୋର୍ଟ ଯାଇଥିଲୁ। କୋର୍ଟ ମଧ୍ୟ ବର୍ଦ୍ଧିତ ଭଡା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଥାପି ସରକାର ଲାଗୁ ନ କରିବାରୁ ଆମେ କୋର୍ଟରେ ଅବମାନନା ମାମଲା କରିଥିଲୁ। କିନ୍ତୁ ଶୀଘ୍ର ନିଷ୍ପତ୍ତି ହେବା ନେଇ ଆଜି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ