ETV Bharat / city

ତ୍ରିପୁରାରେ ଫସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଆସିବାକୁ କରୁଛନ୍ତି ଆକୁଳ ନିବେଦନ

ଲକ ଡାଉନ ଯୋଗୁ ତ୍ରିପୁରା ଅଗରତାଲାରେ ଫସି ରହିଛନ୍ତି 80 ଓଡ଼ିଆ ଛାତ୍ରଛାତ୍ରୀ। ଓଡ଼ିଶା ଆସିବାକୁ ଏହି ଛାତ୍ର ଛାତ୍ରୀ ରାଜ୍ୟ ସରକାରଙ୍କୁ କରିଛନ୍ତି ନିବେଦନ । ଅଧିକ ପଢନ୍ତୁ...

author img

By

Published : May 22, 2020, 1:06 PM IST

tripura-agaratala-student-request-to-govt

ଭୁବନେଶ୍ବର: ଲକ ଡାଉନ ଯୋଗୁ ତ୍ରିପୁରା ଅଗରତାଲାରେ ଫସି ରହିଛନ୍ତି 80 ଓଡ଼ିଆ ଛାତ୍ରଛାତ୍ରୀ। ଏହି ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଅଧୀନରେ ଥିବା ଏକଲବ୍ୟ ବିଶ୍ବ ବିଦ୍ୟାଳୟରେ ବିଇଡି ଶିକ୍ଷା କରିବା ପାଇଁ ଅଗରତାଲାରେ ପଢୁଛନ୍ତି ।

ତ୍ରିପୁରାରେ ଫସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଆସିବାକୁ କରୁଛନ୍ତି ଆକୁଳ ନିବେଦନ

ବିଶ୍ଵ ବିଦ୍ୟାଳୟର ନିଷ୍ପତି ଅନୁସାରେ ଯେ କୌଣସି ରାଜ୍ୟର ଛାତ୍ରଛାତ୍ରୀ ନିଜ ରାଜ୍ୟରେ ପରୀକ୍ଷା ଦେଇପାରିବେ, ତେଣୁ ଏମାନେ ଓଡିଶା ଫେରି ପରୀକ୍ଷା ଦେବାକୁ ଚାହୁଁଛନ୍ତି । ମାତ୍ର ସେଭଳି ସହଯୋଗ ମିଳୁନଥିବା ଅଭିଯୋଗ କରିଛନ୍ତି । ନାମ ପଞ୍ଜିକରଣ ହୋଇଛି, ମାତ୍ର ଓଡିଶା ଫେରିବାକୁ ଟ୍ରେନ କିମ୍ବା ବସର କୈଣସି ସବୁଧା ନାହିଁ ।

ସେପଟେ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ପୁଣି ଘର ଭଡ଼ା ଯୋଗୁଁ ନାନା ଅସୁବିଧାର ସାମ୍ନା କରୁଛନ୍ତି ଏହି ଛାତ୍ରଛାତ୍ରୀ। ତୁରନ୍ତ ରାଜ୍ୟ ସରକାର ଟ୍ରେନ କିମ୍ବା ଜାହାଜ ଯୋଗେ ବ୍ୟବସ୍ଥା କରିବାକୁ ଗୁହାରି କରିଛନ୍ତି ଏହି ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.