ETV Bharat / city

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି - ସାମ୍ବାଦିକଙ୍କ ଶ୍ରଦ୍ଧାଞ୍ଜଳି

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

author img

By

Published : Sep 24, 2021, 9:40 PM IST

Updated : Sep 24, 2021, 10:51 PM IST

22:40 September 24

ସାମ୍ବାଦିକ ଅରିନ୍ଦମ ଦାଶଙ୍କ ବିୟୋଗରେ ଛାତ୍ର କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ବର: ସମ୍ବାଦ ପରିବେଷଣ ସମୟରେ ମହାନଦୀ ମୁଣ୍ଡୁଲିରେ ପାଣିରେ ଭାସି ମୃତ୍ୟୁବରଣ କରିଥିବା ଓଟିଭି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଛାତ୍ର କଂଗ୍ରେସର ଶ୍ରଦ୍ଧାଞ୍ଜଳି। ଛାତ୍ର କଂଗ୍ରେସ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ସୂଚନା ଭବନ ପର୍ଯ୍ୟନ୍ତ ଯାଇଥିଲେ।

ସୂଚନା ଭବନ ବାହାରେ ଅରିନ୍ଦମ ଦାସଙ୍କ ମର ଶରୀରକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅରିନ୍ଦମ ଦାସ ଅମର ରହେ, ଡ୍ୟାର ଡେଭିଲ ସାମ୍ବାଦିକ ଅରିନ୍ଦମ ଦାସ ଆମର ରହେ ଶବ୍ଦରେ ଫାଟି ଉଠୁଥିଲା ସେହି ଅଞ୍ଚଳ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

22:22 September 24

ଅରନ୍ଦିମଙ୍କ ବିୟୋଗକୁ ନେଇ ବ୍ରହ୍ମପୁରରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର: ଅରନ୍ଦିମଙ୍କ ବିୟୋଗକୁ ନେଇ ବ୍ରହ୍ମପୁର ସହରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା । ସହରର ଗାନ୍ଧିନଗର ଛକରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସ୍ୱର୍ଗତ ସାମ୍ୱାଦିକଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରାଯିବା ପରେ ନୀରବ ପ୍ରାର୍ଥନା କରାଯାଇଥିଲା ।  

ପୂର୍ବରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏବଂ ବିଭିନ୍ନ ସ୍ଥାନକୁ ରିପୋର୍ଟିଙ୍ଗ୍ ପାଇଁ ଆସିଥିବା ଅରନ୍ଦିମଙ୍କ ସହିତ ସମ୍ପର୍କରେ ଆସିଥିବା ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କ ସାହାସିକତା ଏବଂ କାର୍ଯ୍ୟ କରିବାର ଷ୍ଟାଇଲକୁ ନେଇ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବ୍ରହ୍ମପୁରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ...

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

21:33 September 24

ପୁରୀ ସାମ୍ବାଦିକଙ୍କ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: କଟକ ମୁଣ୍ଡଳୀ ବ୍ୟାରେଜରେ ବୋଟ ଦୁର୍ଘଟଣା ଘଟିବା ଯୋଗୁଁ ପାଣିରେ ବୁଡି ପ୍ରାଣ ହରାଇଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସତଗତି ନେଇ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଛି। ପୁରୀ ସହରର ସମସ୍ତ କର୍ତ୍ତବ୍ୟରତ ସାମ୍ବାଦିକ ମାନେ ସନ୍ଧ୍ୟା ବେଳେ ଶ୍ରୀମନ୍ଦିର ସିଂହ ଦ୍ୱାର ସାମ୍ନାରେ ଏକାଠି ହୋଇ ସମୂହ ଦୀପ ଦାନ କରିଛନ୍ତି।  

ଏଥିସହିତ ଯୁବ ସାମ୍ବାଦିକ ଅରିନ୍ଦମ ଅନେକ ସମୟରେ ପୁରୀକୁ ଆସି ରିପୋର୍ଟିଂ କରିଥିବା ବେଳେ ପୁରୀର ସାମ୍ବାଦିକଙ୍କ ସହିତ ଅନେକ ସ୍ମୃତି ଛାଡି ଯାଇଛନ୍ତି। ତେବେ ଅରିନ୍ଦମଙ୍କ ହଠାତ ଏଭଳି ବିୟୋଗ ପୁରୀ ସହରର ସମସ୍ତ ସାମ୍ବାଦିକଙ୍କୁ ମର୍ମାହତ କରିଥିବା ବେଳେ ପ୍ରଭୁ ଶ୍ରୀଜଗନ୍ନାଥ ଅରିନ୍ଦମଙ୍କ ପରିବାରକୁ ଏହି ଦୁଃଖ ସହନ ନେଇ ଅସୀମ ଶକ୍ତି ଦେବାକୁ ପ୍ରାର୍ଥନା କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

21:32 September 24

ଖବର ଦେଖାଉଥିବା ବ୍ୟକ୍ତି ଆଜି ଖବର ପାଲଟିଗଲେ

ଖବର ଦେଖାଉଥିବା ବ୍ୟକ୍ତି ଆଜି ଖବର ପାଲଟିଗଲେ

ଖୋର୍ଦ୍ଧା: ଦୁଃସାହସିକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ଅରିନ୍ଦମଙ୍କ ବିୟୋଗରେ ଖୋର୍ଦ୍ଧା ସାମ୍ବାଦିକଙ୍କ ପକ୍ଷରୁ ସମ୍ବାଦିକ ଭବନରେ ଏକ ଶୋକ ସଭାର ଆୟୋଜନ କରାଯାଇ ସରକାର ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।  

ଅରିନ୍ଦମ ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବରେ ସେ ବେସ ପ୍ରସିଦ୍ଧି ଲାଭ କରିଥିଲେ । ଆଜି କଟକ ମୁଣ୍ଡଳିରେ ହୋଇଥିବା ବୋଟ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ନେଇ ଏସସିବି ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,  ଇଟିଭି ଭାରତ

20:50 September 24

କେନ୍ଦୁଝରର ପୁଅ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ

କେନ୍ଦୁଝର: କେନ୍ଦୁଝରର ଲଢୁଆ ପୁଅ ତଥା ନିର୍ଭିକ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ବିୟୋଗରେ ସାରା କେନ୍ଦୁଝର ସ୍ତବ୍ଧ ହୋଇପଡିଥିବା ବେଳେ ଆଜି(ଶୁକ୍ରବାର) ସାନ୍ଧ୍ୟ ସମୟରେ ଜିଲ୍ଲା ପ୍ରେସ କ୍ଲବ, କେନ୍ଦୁଝର ପକ୍ଷରୁ ଏକ ଶୋକସଭା ଆୟୋଜନ କରାଯାଇଥଲା । ଏହି ସଭାରେ ପ୍ରେସ କ୍ଲବ ସଭାପତି ସତ୍ୟନାରାୟଣ ମିଶ୍ର ସଭାପତିତ୍ତ୍ବ କରିଥିବା ବେଳେ ସମ୍ପାଦକ ଜିତେନ୍ଦ୍ର ପଟନାୟକ ସଭା ପରିଚାଳନା କରିଥିଲେ । 

ସଭାରେ ଧରଣୀଧର ମହାବିଦ୍ୟାଳୟର ପୂର୍ବତନ ସଭାପତି, ମିଶ୍ର, ଆଲୋକ ମିଶ୍ର, ବିରଜା ମିଶ୍ର, ସମ୍ମୁଖରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ତାଙ୍କ ବିୟୋଗ ଖବର କେନ୍ଦୁଝର ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି । ଛୋଟ ହେଉ କି ବଡ ବିଭିନ୍ନ ବର୍ଗରୁ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ତାଙ୍କ ବିୟୋଗରେ ତାଙ୍କ ଗ୍ରାମରେ ମଧ୍ୟ ଗଭୀର ଶୋକର ଛାୟା ଖେଳିଯାଇଛି । 

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Sep 24, 2021, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.