ଭୁବନେଶ୍ବର :ରାଜଧାନୀରେ ଜମୁଛି ଆଦିବାସୀ ମେଳା । ସଞ୍ଜ ହେଉ ହେଉ ଦେଖିବାକୁ ମିଳୁଛି ଲୋକଙ୍କ ଭିଡ । କୋରୋନା କଟକଣାରେ ଲୋକଙ୍କ କିଣା ବିକା ଜୋରଦାର ଚାଲିଛି ।
ଗତ 26 ତାରିଖରୁ ଏକ ନମ୍ବର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି । ଗତବର୍ଷ କୋରୋନା ପାଇଁ ସବୁ କିଛି ଠପ ହୋଇପଡିଥିଲା । ଏଥର ଆଦିବାସୀ ମେଳା ଖୋଲିଥିବା ବେଳେ ଏଥର ଭଲ ବ୍ୟବସାୟ ହେଉଥିବା କହିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ।
ଖାସ କରି ଛୁଟି ଦିନ ଶନିବାର ଓ ରବିବାର ରେ ଲୋକମାନଙ୍କ ଅଧିକ ସମାଗମ ହେଉଛନ୍ତି । ଚଳିତ ବର୍ଷ 2 କୋଟି ଟଙ୍କାର ଲକ୍ଷ୍ୟ ହେବାର ଆଶା ଥିବା କହିଛନ୍ତି ଏହି ମେଳାର ମୁଖ୍ୟ ତଥା ସରକାରଙ୍କ ସ୍ବତନ୍ତ୍ର ପରାମର୍ଶଦାତାଡ. ଅଖିଳ ବିହାରୀ ଓତ୍ତା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ