ETV Bharat / city

ଜାନୁଆରୀ 26ରୁ ଆଦିବାସୀ ମେଳା; ବ୍ୟବସାୟକୁ ନେଇ ଆଶଙ୍କାରେ ଆଦିବାସୀ - ବ୍ୟବସାୟକୁ ନେଇ ଆଶଙ୍କାରେ ଆଦିବାସୀ

ଜାନୁଆରୀ 26 ଠାରୁ କରୋନା କଟକଣା ମଧ୍ୟରେ ରାଜ୍ୟବାସୀଙ୍କ ଅତି ପ୍ରତିକ୍ଷିତ ଆଦିବାସୀ ମେଳା ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଦିବାସୀ ବ୍ୟବସାୟୀ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନେ ଆସି ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ଆସନ୍ତାକାଲି ଠାରୁ ଆଦିବାସୀ ମେଳା; ବ୍ୟବସାୟକୁ ନେଇ ଆଶଙ୍କାରେ ଆଦିବାସୀ

author img

By

Published : Jan 25, 2021, 10:14 PM IST

ଭୁବନେଶ୍ବର: ଜାନୁଆରୀ 26 ରୁ କରୋନା କଟକଣା ମଧ୍ୟରେ ରାଜ୍ୟବାସୀଙ୍କ ଅତି ପ୍ରତିକ୍ଷିତ ଆଦିବାସୀ ମେଳା ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଦିବାସୀ ବ୍ୟବସାୟୀ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନେ ଆସି ପହଞ୍ଚିଛନ୍ତି ।

ଆସନ୍ତାକାଲି ଠାରୁ ଆଦିବାସୀ ମେଳା; ବ୍ୟବସାୟକୁ ନେଇ ଆଶଙ୍କାରେ ଆଦିବାସୀ
ତେବେ ଏଥର କିପରି ବ୍ୟବସାୟ ହେବ ତାହାକୁ ନେଇ ସେମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଲୋକମାନଙ୍କ ଯିବା ଆସିବାରେ କଟକଣା ଆଉ ପୂର୍ବ ପରି ମନୋରଞ୍ଜନର ବ୍ୟବସ୍ଥା ନଥିବାରୁ ସେମାନେ ଏପରି ଆଶଙ୍କା କରିଛନ୍ତି ।ପୂର୍ବ ବର୍ଷମାନଙ୍କରେ ଆଦିବାସୀ ଘର, ଆଦିବାସୀ ଖାଦ୍ୟପେୟ ସାଙ୍ଗକୁ ମନୋରଞ୍ଜନର ଖୋରାକ ଲୋକମାନଙ୍କୁ ଆକୃଷ୍ଟ କରୁଥିଲା । କିନ୍ତୁ, କରୋନା ପାଇଁ ସରକାର ଅଧିକ ଲୋକ ଆସିବାକୁ କଟକଣା କରିବା ସହ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରିଛନ୍ତି । ତେଣୁ, ସେମାନେ ଏତେ ଦୂରରୁ ଆଣିଥିବା ବିଭିନ୍ନ ସାମଗ୍ରୀର ବ୍ୟବସାୟ ହେବ ନା ତାକୁ ପୁଣି ଫେରାଇ ନେବାକୁ ପଡିବ ସେଥିପାଇଁ ଚିନ୍ତାରେ ଅଛନ୍ତି । ତେବେ ଏଭଳି ସମୟରେ ସରକାରଙ୍କ ଆୟୋଜନ ସେମାନଙ୍କ ପାଇଁ ନିଶ୍ଚିତ ସୁଯୋଗ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.