ETV Bharat / city

ଜାନୁଆରୀ 26ରୁ ଆଦିବାସୀ ମେଳା, ସହରରେ ଦେଖିବେ ପାହାଡ ପର୍ବତ ଘେରା ଗାଁର ଝଲକ - ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଗାଁର ଝଲକ

ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଆଦିବାସୀ ଗାଁର ଝଲକ। ସେମାନଙ୍କ ଚାଲି ଚଳନ, ସଂସ୍କୃତି ତଥା ନିରିହ ସରଳ ନିଷ୍କପଟ ଜୀବନ ଶୈଳୀର ଦୃଶ୍ୟ । ସେମାନଙ୍କ ଖାଦ୍ୟ, ବେଶଭୂଷା ସହିତ ପର୍ବପର୍ବାଣି, ନାଚଗୀତ, ଦିଅଁ ଦେବତା, କଳାକୃତି, ଅଳଙ୍କାର, ଅସ୍ତ୍ରଶସ୍ତ୍ର ଏମିତି ଅନେକ କଥା ।  ଜାନୁଆରୀ 26 ତାରିଖରୁ ଆରମ୍ଭ ହେବାକୁ ଥିବା ଆଦିବାସୀ ମେଳାରେ ଏପରି ଅନେକ କିଛି ଦେଖିବାକୁ ମିଳିବ ।

tribal exhibition
ଜାନୁଆରୀ 26ରୁ ଆଦିବାସୀ ମେଳା, ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଗାଁର ଝଲକ
author img

By

Published : Jan 24, 2020, 11:56 PM IST

ଭୁବନେଶ୍ବର: ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଆଦିବାସୀ ଗାଁର ଝଲକ। ସେମାନଙ୍କ ଚାଲି ଚଳନ, ସଂସ୍କୃତି ତଥା ନିରିହ ସରଳ ନିଷ୍କପଟ ଜୀବନ ଶୈଳୀର ଦୃଶ୍ୟ । ସେମାନଙ୍କ ଖାଦ୍ୟ, ବେଶଭୂଷା ସହିତ ପର୍ବପର୍ବାଣି, ନାଚଗୀତ, ଦିଅଁ ଦେବତା, କଳାକୃତି, ଅଳଙ୍କାର, ଅସ୍ତ୍ରଶସ୍ତ୍ର ଏମିତି ଅନେକ କଥା । ଜାନୁଆରୀ 26 ତାରିଖରୁ ଆରମ୍ଭ ହେବାକୁ ଥିବା ଆଦିବାସୀ ମେଳାରେ ଏପରି ଅନେକ କିଛି ଦେଖିବାକୁ ମିଳିବ । ଯେଉଁଥିଲାଗି ଆଦିବାସୀ ମାନେ ଜନଗହଳିପୂର୍ଣ୍ଣ ରାଜଧାନୀକୁ ନିଜ ଢଙ୍ଗରେ ସଜେଇବାରେ ଲାଗି ପଡିଛନ୍ତି।

ଜାନୁଆରୀ 26ରୁ ଆଦିବାସୀ ମେଳା, ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଗାଁର ଝଲକ

ଆଦିବାସୀ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ରାଜ୍ୟ ସରକାର ପକ୍ଷରୁ ଦୀର୍ଘ ବର୍ଷ ହେବ ଏପରି କରାଯାଉଛି । ଏକ ନମ୍ବର ଆଦିବାସୀ ପଡିଆଠାରେ ଅନେକ ବର୍ଷଧରି ଆୟୋଜିତ ହେଉଥିବା ଏହି ଉତ୍ସବ ଏବେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଛି। ଯେଉଁଥିରେ ରାଜ୍ୟରେ ଥିବା ପ୍ରାୟ 22 ଟି ଜନଜାତିର ଲୋକେ ଆସି ଏଠାରେ ରହି ସେମାନଙ୍କ ଘର, ଠାକୁରାଣୀ ପୀଠ,ବାଡି ବଗିଚା, ଚାଷ ଆଦିକୁ ପ୍ରତିକାତ୍ମକ ଭାବେ ତିଆରି କରୁଥିବା ଦେଖିବାକୁ ମିଳୁଛି। ଏହାସହିତ ସେମାନଙ୍କ ଖାଦ୍ୟ ଶସ୍ୟ, ପୋଷାକ ଆଦିକୁ କିଣାକିଣି କରିବା ପାଇଁ ଆଦିବାସୀ ହାଟ ମଧ୍ୟ ପ୍ରସ୍ତୁତ ହେଉଛି।

ଏହା ଜାନୁଆରୀ 26 ରେ ଉଦଘାଟନ ହେବାକୁ ଥିବାବେଳେ ଜାନୁଆରୀ 25 ତାରିଖ ସୁଦ୍ଧା ଏ କାମ ସରିବ ବୋଲି ଆଶା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସହରରେ ଦେଖିବାକୁ ମିଳିବ ପାହାଡ଼ ପର୍ବତ ଘେରା ଆଦିବାସୀ ଗାଁ ର ଝଲକ।ଦେଖିବାକୁ ମିଳିବ ସେମାନଙ୍କ ଚାଲି ଚଳନ,ତାଙ୍କ ସଂସ୍କୃତି ତଥା ସେମାନଙ୍କ ନୀତି ଦିନିଆ ଜୀବନରେ ବଞ୍ଚୁଥିବା ସରଳ ନିଷ୍କପଟ ଦୃଶ୍ୟ।ସେମାନଙ୍କ ଖାଦ୍ୟ ,ବେଶ ଭୁଷା ,ସେମାନଙ୍କ ପର୍ବପର୍ବାଣି,ନାଚଗୀତ,ସେମାନଙ୍କ ଦିଅଁ ଦେବତା ,ଆଦିବାସୀ କଳାକୃତି,ଅଳଙ୍କାର,ଅସ୍ତ୍ରଶସ୍ତ୍ର ଏମିତି ଅନେକ କଥା ଯାହା ସାଧାରଣ ଲୋକଟିଏ ତାଙ୍କ ବିଷୟରେ ଜାଣି ନଥାଏ ।ଏଥିପାଇଁ ସେମାନେ ଜନଗହଳି ପୂର୍ଣ୍ଣ ସହରକୁ ନିଜ ଢଙ୍ଗରେ ସଜେଇବା ରେ ଲାଗି ପଡିଛନ୍ତି।ଆଉ କେତେଟା ଦିନ ପରେ ସେମାନଙ୍କର ଏହି ଉନ୍ନତ ସଂସ୍କୃତି ବିଷୟରେ ଲୋକମାନେ ଜାଣିବା ସହିତ ସେମାନଙ୍କ ଠାରୁ କିଛି ଶିଖିପାରିବେ।

Body:କାରଣ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦେଶ୍ୟରେ ଜାନୁଆରୀ 26 ତାରିଖରୁ ଆୟୋଜିତ ହୋଇ ଆସୁଛି ଆଦିବାସୀ ମେଳା।ଏକ ନମ୍ବର ଆଦିବାସୀ ପଡ଼ିଆଠାରେ ଅନେକ ବର୍ଷଧରି ଆୟୋଜିତ ହେଉଥିବା ଏହି ଉତ୍ସବ ଏବେ ସହର ର ମୁଖ୍ୟ ଅଞ୍ଚଳ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ହେଉଅଛି।ଯେଉଁଥିରେ ରାଜ୍ୟରେ ଥିବା ପ୍ରାୟ 22 ଟି ଜନଜାତି ଯଥା ବଣ୍ଡା,ସାନ୍ତାଳ,ମୁଣ୍ଡା,ପରଜା,କନ୍ଧ,କୋଲହ,ବାଥୁଡି,ସୁଆର,ଗଣ୍ଡା ଆଦି ର ଲୋକମାନେ ଆସି ଏଠାରେ ରହି ସେମାନଙ୍କ ଘର,ଠାକୁରାଣୀ ପୀଠ,ବାଡ଼ି ବଗିଚା,ଚାଷ ଆଦି ପ୍ରତୀକାତ୍ମକ ଭାବେ ତିଆରି କରୁଥିବା ଦେଖିବାକୁ ମିଳୁଛି।ଏହା ସହିତ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଶସ୍ୟ,ପୋଷାକ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ଲୋକମାନେ କିଣା କିଣି କରିବା ପାଇଁ ଆଦିବାସୀ ହାଟ ମଧ୍ୟ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି।ସେଥିପାଇଁ ଆସିଥିବା କାରୀଗରମାନେ ଦିନ ରାତି ପରିଶ୍ରମ କରି ଜାନୁଆରୀ 25 ତାରିଖ ସୁଦ୍ଧା ଏହାକୁ ଶେଷ କରିବାରେ ଲାଗି ପଡିଥିବା ଦେଖାଯାଏ।ତେବେ ଏହା ମୁଖ୍ୟତଃ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ଚାଲୁଥିବାବେଳେ ଗତ ବର୍ଷ ଏହାକୁ ଫେବୃଆରୀ 2 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।ତେବେ ଚଳିତ ବର୍ଷ ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଆସନ୍ତା 26 ତାରିଖରେ ଏହା ଉଦ୍ଘାଟନ ହେବ ଏବଂ ଲୋକମାନେ ଏହାର ଆନନ୍ଦ ଉଠାଇବେ ବୋଲି ଆଶା କରାଯାଏ।
ବାଇଟ1,2-ଆଦିବାସୀ ଲୋକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.