ETV Bharat / city

ବଦଳିଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ଯାତ୍ରା ସମୟ - ପ୍ରଶାନ୍ତି ସ୍ପେଶାଲ ଟ୍ରେନ

ବଦଳିଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ଯାତ୍ରା ସମୟ । ବେଙ୍ଗାଲୁରୁର ଦୁଇ ଷ୍ଟେସନରେ ପହଞ୍ଚିବା ସମୟରେ ସାମାନ୍ୟ ସଂଶୋଧନ କଲା ରେଳବାଇ । ଅଧିକ ପଢନ୍ତୁ...

ବଦଳିଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ଯାତ୍ରା ସମୟ

author img

By

Published : Oct 19, 2021, 8:54 PM IST

ଭୁବନେଶ୍ବରୁ: ଭୁବନେଶ୍ବର- ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲ ଟ୍ରେନ ବେଙ୍ଗାଲୁରୁର ୨ଟି ଷ୍ଟେସନରେ ପହଞ୍ଚିବା ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସେହିପରି ଅନ୍ୟ ଏକ ଟ୍ରେନ ହାୱଡ଼ା-ଯଶୋବନ୍ତପୁର ସ୍ପେଶାଲ କ୍ରୀଷ୍ଣାରାଜପୁରମରେ ଅତିରିକ୍ତ ରହଣି କରିବ । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନର ଚଳାଚଳ ସମୟ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଯାତ୍ରୀମାନଙ୍କ ସୁବିଧା ପାଇଁ ବେଙ୍ଗାଲୁରୁ ପୂର୍ବ ଏବଂ ବାଙ୍ଗାଲୋର କ୍ୟାଣ୍ଟ ଷ୍ଟେସନରେ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ପହଞ୍ଚିବା ସମୟକୁ ସଂଶୋଧନ କରିବା ସହ ଏବଂ ଅସ୍ଥାୟୀ ଭାବରେ କ୍ରୀଷ୍ଣାରାଜପୁରମ୍ ଷ୍ଟେସନ ଠାରେ ହାୱଡ଼ା-ଯଶୋବନ୍ତପୁର ସ୍ପେଶାଲର ଅତିରିକ୍ତ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବରରୁ 20 ଅକ୍ଟୋବର, 2021 ଠାରୁ ଛାଡିବାକୁ ଥିବା ଭୁବନେଶ୍ବର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ (08463) ବାଙ୍ଗାଲୋର ପୂର୍ବ ଷ୍ଟେସନରେ ଏହାର ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ବଦଳରେ ପୂର୍ବାହ୍ନ ୧୦ଘ.୪୫ ମି.ରେ ପହଞ୍ଚିବ । ସେହିପରି ପୂର୍ବାହ୍ନ ୧୦ଘ.୪୬ମି.ରେ ବେଙ୍ଗାଲୁରୁ କ୍ୟାଣ୍ଟ ଅଭିମୁଖେ ଯାତ୍ରା କରିବ ।

ସେହିପରି ଏହି ଟ୍ରେନ ବାଙ୍ଗାଲୋର କ୍ୟାଣ୍ଟରେ ଏହାର ପୂର୍ବ ସମୟ ସାରଣୀ ବଦଳରେ ପୂର୍ବାହ୍ନ ୧୦ଘ.୫୧ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୨ମି.ରେ ବାଙ୍ଗାଲୋର ମୁଖ୍ୟ ଷ୍ଟେସନକୁ ଯାତ୍ରା କରିବ। ଏହା ବ୍ୟତୀତ, 19 ଅକ୍ଟୋବର 2021 ରୁ 15 ଫେବୃଆରୀ 2022 ମଧ୍ୟରେ ହାଓଡ଼ାରୁ ଯାତ୍ରା କରିବାକୁ ଥିବା ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ( ୦୬୫୯୮) କ୍ରୀଷ୍ଣାରାଜପୁରମରେ ସନ୍ଧ୍ୟା ୭ଘଟିକାରେ ପହଞ୍ଚି ସନ୍ଧ୍ୟା ୭ଘ.୦୧ମି.ରେ ଯଶୋବନ୍ତପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବ ।

ଭୁବନେଶ୍ବରୁର ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.