ଭୁବନେଶ୍ବର: ରାଜ୍ୟରେ 8 କରୋନା ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ ପାଇଛି। ବାଲେଶ୍ଵରର ଓ ଭଦ୍ରକ ଓ ସୁନ୍ଦରଗଡ଼ର ଅଟନ୍ତି ସମସ୍ତ ଆକ୍ରାନ୍ତ । ଅଧିକାଂଶ କଲିକତା ଫେରନ୍ତା ବୋଲି ଜଣା ପଡିଛି। ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟର 61 ନମ୍ବର ଆକ୍ରାନ୍ତ 58 ବର୍ଷୀୟ ପୁରୁଷ ଯାହାଙ୍କର ଘର ବାଲେଶ୍ବରର ନେଲିଆବାଗ ଅଞ୍ଚଳରେ । ସେ ମାର୍ଚ୍ଚ 13 ତାରିଖରେ ଝାଡଖଣ୍ଡ ଯାଇଥିଲେ ଏବଂ ସେହି ଦିନ ଫେରିଥିଲେ ଘରକୁ । ଏପ୍ରିଲ 7 ତାରିଖରେ ନିଜର ଗାଡ଼ି ସାହାଯ୍ୟରେ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଡିଏଚଏଚକୁ ଯାଇଥିଲେ । 13 ଏପ୍ରିଲରେ ବାଲେଶ୍ଵରରୁ ଭୁବନେଶ୍ବରର ଆପୋଲ ହସ୍ପିଟାଲକୁ ଆସିଥିଲେ ଏକ ଭଡା ଗାଡ଼ି କରି । 14 ଏପ୍ରିଲରେ ଆପୋଲୋ ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲ ତାପରେ କିମ୍ସ ହସ୍ପିଟାଲକୁ ଯାଇଥିଲେ । କିମ୍ସର କୋଭିଡ ହସ୍ପିଟାଲରେ ଚିକିତ୍ସା ହେଲେ ଏପ୍ରିଲ 14ରୁ 16 ପର୍ଯ୍ୟନ୍ତ । ଏପ୍ରିଲ 16ରେ ଏମ୍ସ ହସ୍ପିଟାଲରେ ଆଡମିଟ ହେଲେ । ଏପ୍ରିଲ 18 ତାରିଖରେ ନମୁନା ସଂଗ୍ରହ କରାଯାଇଥିଲା ସେହିଦିନ ପଜିଟିଭ ବାହାରିଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
କେସ ନମ୍ବର 62 ଜଣେ 57 ବର୍ଷୀୟ ବ୍ୟକ୍ତି । ଯାହାଙ୍କର ଘର ଭଦ୍ରକର ବାସୁଦେବପୁରର ମଳକ ସାହିରେ । ସେ କଲିକତା ଯାଇଥିବାର ସୂଚନା ମିଳିଛି । ମାର୍ଚ୍ଚ 28 ତାରିଖରେ 3 ଜଣ ଯାତ୍ରୀଙ୍କ ସହ କଲିକତାରୁ ବାସୁଦେବପୁରକୁ ଆସିଥିଲେ । ମାର୍ଚ୍ଚ 28ରୁ 14 ଏପ୍ରିଲରେ ଘରେ କ୍ବାରେଣ୍ଟାଇନରେ ରହିଥିଲେ । 15 ଏପ୍ରିଲରୁ 19 ଏପ୍ରିଲ ମଧ୍ୟରେ ସରକାରୀ କ୍ବାରେଣ୍ଟାଇନରେ ରଖାଯାଇଥିଲା । 19 ଏପ୍ରିଲରେ ନମୁନା ଟେଷ୍ଟ ପରେ ତାଙ୍କର ପଜିଟିଭ ବାହାରିଥିଲା । ତେବେ ବର୍ତ୍ତମାନ ସେ ଅଶ୍ବନି ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।
କେସ ନମ୍ବର 63 ହେଉଛନ୍ତି 58 ବର୍ଷର ବ୍ୟକ୍ତି । ସେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଖରିଡା ଗ୍ରାମର ବାସିନ୍ଦା । ସେ କଲିକତା ଯାଇଥିଲେ । 9 ଏପ୍ରିଲରେ କଲିକତାରୁ ଟ୍ରକ ସାହାଯ୍ୟରେ ବାସୁଦେବପୁର ଅଞ୍ଚଳକୁ ଆସିଥିଲେ । 9 ଏପ୍ରିଲରୁ 14 ଏପ୍ରିଲ ମଧ୍ୟରେ ଘରେ କ୍ବାରେଣ୍ଟାଇନରେ ରହିଥିଲେ । 15 ଏପ୍ରିଲରୁ 19 ଏପ୍ରିଲ ପର୍ଯ୍ୟନ୍ତ ସରକାରୀ କ୍ବାରେଣ୍ଟାଇନରେ ରହିଥିଲେ । 19 ଏପ୍ରିଲରେ ତାଙ୍କର ନମୁନା ପରୀକ୍ଷା ପରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ବର୍ତ୍ତମାନ 20 ଏପ୍ରିଲ ଠାରୁ କଟକର ଅଶ୍ବନି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କେସ ନମ୍ବର 64 ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର 55 ବର୍ଷୀୟ ବ୍ୟକ୍ତି ଅଟନ୍ତି । ଯିଏ କଲିକତାରୁ ଆସିଥିବା ସୂଚନା ମିଳିଛି । 29 ମାର୍ଚ୍ଚରେ ଏକ ଭଡା କାରରେ 7ଜଣ କଲିକତାରୁ ବାସୁଦେବପୁରକୁ ଆସିଥିଲେ । 29 ମାର୍ଚ୍ଚରୁ 14 ଏପ୍ରିଲ ପର୍ଯ୍ୟନ୍ତ ଘରେ କ୍ବାରେଣ୍ଟାଇନରେ ରହିଥିଲେ ସେ । 15 ଏପ୍ରିଲରୁ 19 ଏପ୍ରିଲରେ ସରକାରୀ କ୍ବାରେଣ୍ଟାଇନରେ ରହିଥିବା ପରେ 19 ଏପ୍ରିଲରେ ଟେଷ୍ଟ କରିବା ପରେ ତାଙ୍କର କୋରୋନା ପଜିଟିଭ ବାହାରିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ 20 ଏପ୍ରିଲରେ କଟକର ଅଶ୍ବିନି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
କେସ ନମ୍ଵର 65 ଭଦ୍ରକର ରାହାନିଆ ଅଞ୍ଚଳର 66 ବର୍ଷୀୟ ବୃଦ୍ଧ। ଯିଏ କଲିକତାରୁ ଭଣ୍ଡାରିପୋଖରୀ ଆସିଥିଲେ ମାର୍ଚ୍ଚ 28 ତାରିଖରେ। ଆସିବା ପରେ ଘରେ କ୍ବାରେଣ୍ଟାଇନରେ ମାର୍ଚ୍ଚ 28ରୁ 14 ଏପ୍ରିଲ ପର୍ଯ୍ୟନ୍ତ ରହିଥିଲେ । 15 ଏପ୍ରିଲରୁ 19 ଏପ୍ରିଲ ପର୍ଯ୍ୟନ୍ତ ସରକାରୀ କ୍ବାରେଣ୍ଟାଇନରେ ରହିଥିଲେ। ତେବେ 19 ଏପ୍ରିଲରେ ଟେଷ୍ଟ ପରେ ସେ କୋରୋନା ପଜିଟିଭ ଥିବା ଜଣା ପଡିଥିଲା । 20 ଏପ୍ରିଲରେ କଟକର ଅଶ୍ବିନି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
କେସ ନମ୍ବର 66 ଜଣେ 48 ବର୍ଷୀୟ ଯୁବକ । ସେ ଭଦ୍ରକର କୁସାଗଡ଼ିଆ ଭଣ୍ଡାରିପୋଖରୀ ଅଞ୍ଚଳର ବୋଲି ଜଣାପଡିଛି । ସେ 29 ମାର୍ଚ୍ଚରେ କଲିକତାରୁ 6 ଜଣଙ୍କ ସହ ଭଣ୍ଡାରି ପୋଖରୀକୁ ଆସିଥିଲେ । 29 ମାର୍ଚ୍ଚରୁ 14 ଏପ୍ରିଲ ପର୍ଯ୍ୟନ୍ତ ଘରେ କ୍ବାରେଣ୍ଟାଇନରେ ରହିଥିଲେ। 15 ଏପ୍ରିଲରୁ 19 ଏପ୍ରିଲ ପର୍ଯ୍ୟନ୍ତ ସରକାରୀ କ୍ବାରେଣ୍ଟାଇନରେ ରହିଛନ୍ତି । 19 ଏପ୍ରିଲରେ ନମୁନା ଟେଷ୍ଟ କରିବା ପରେ ତାଙ୍କର କୋରୋନା ପଜିଟିଭ ବାହାରିଥିଲା। ତେବେ 20 ଏପ୍ରିଲରେ କଟକର ଅଶ୍ବିନି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
କେସ ନମ୍ବର 68 2 ବର୍ଷର ଶିଶୁ ହୋଇଥିବା ଜଣାପଡିଛି । ସେ ବାଲେଶ୍ଵରର ରିଗିଡି ଅଞ୍ଚଳର। 6 ଏପ୍ରିଲରେ ଶିଶୁକୁ ଥଣ୍ଡା ହୋଇଥିଲା। 7 ଏପ୍ରିଲରୁ 16 ଏପ୍ରିଲ ବ୍ରହ୍ମପୁର ହସ୍ପିଟାଲରେ ଓପିଡ଼ିରେ ରହିଥିଲା। 19 ଏପ୍ରିଲରେ ଶିଶୁର ନମୁନା ପରୀକ୍ଷା ପରେ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା । 20 ତାରିଖରରେ ଶିଶୁ ଟିକୁ କଟକର ଅଶ୍ବିନି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
କେସ ନମ୍ଵର 69 ଜଣେ 40 ବର୍ଷୀୟ ଯୁବକ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଞ୍ଚଳର। 21 ମାର୍ଚ୍ଚରୁ 29 ମାର୍ଚ୍ଚ ଘରେ ରହିଥିଲେ। ମେଡିକାଲ କାମରେ ନୀଳ ରୋଡ଼ ରାଉରକେଲାରେ ରହିଥିଲେ 29 ମାର୍ଚ୍ଚରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ। ପରବର୍ତ୍ତୀ ସମୟରେ 1 ଏପ୍ରିଲରୁ 19 ଏପ୍ରିଲ ଘରେ ରହିଥିଲେ। 20 ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ହାଇଟେକ କୋଭିଡ ହସ୍ପିଟାଲ ରାଉରକେଲାରେ ଚିକିତ୍ସିତ ହେଉଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ