ଭୁବନେଶ୍ବର: ଜୁଲାଇ ୧ ତାରିଖରୁ ଘରୋଇ ବସ ଧର୍ମଘଟ ପ୍ରସଙ୍ଗରେ ଆଜି(ରବିବାର) ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ବୈଠକରେ ପରିବହନ କମିଶନରଙ୍କ ସହ ବସ ମାଲିକ ସଙ୍ଘ ଯୋଗ ଦେବେ । ୮ ଦଫା ଦାବି ନେଇ ମାଲିକଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ ।
ଋଣ ପ୍ରଦାନ ସହ ଗାଡିର ଫିଟନେସ ନେଇ ହେବ ବିଚାର ବିମର୍ଶ, ସୂଚନା ଦେଲେ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ । ବିଭିନ୍ନ ଦାବି ନେଇ ଜୁଲାଇ ୧ରୁ ଧର୍ମଘଟ ଡାକରା ଦେଇଛି ବସ ମାଲିକ ସଂଘ । ଏହି ବନ୍ଦରେ ସାମିଲ ହେବେ ୧୪ ହଜାର ଘରୋଇ ବସ ମାଲିକ ।
ଇଟିଭି ଭାରତ, ଭୁବନେଶ୍ବର