ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ କଡାକଡି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏପରିକି କେତକ ସ୍ଥାନରେ ପୋଲିସ ଓ ଆରଟିଓ ଅଧିକାରୀ ମଧ୍ୟ ଖରାପ ବ୍ୟବହାର କରୁଥିବା ଅଭିଯୋଗ ଆସିଛି । କଂଗ୍ରେସ ପକ୍ଷରୁ ଆରଟିଓ ଅଫିସ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଏନେଇ ପରିବହନ ମନ୍ତ୍ରୀ କହିଛନ୍ତି, ଖରାପ ବ୍ୟବହାରକୁ ଆମେ ବି ସମର୍ଥନ କରିବୁନି । ସମସ୍ତେ ଭଲ ବ୍ୟବହାର କରିବେ । ଆମେ ସମୟ ଦେଇଥିଲୁ । ଧନ ଜୀବନ ସୁରକ୍ଷା ଆମ ଲକ୍ଷ । ଗତ ସେପ୍ଟେମ୍ବରରୁ ଦୁର୍ଘଟଣା ହାର 50 ପ୍ରତିଶତ କମିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ।
ନୂଆ ଆଇନକୁ ସମସ୍ତେ ମାନିବା ଦରକାର । ସେହିପରି ସାଧାରଣ ଲୋକଙ୍କୁ ଭଦ୍ରାମୀର ସହ RTO କର୍ମଚାରୀମାନେ ବ୍ୟବହାର କରିବାକୁ କହିଛନ୍ତି ମନ୍ତ୍ରୀ । ସେପଟେ ଲୋକ କିନ୍ତୁ ଠିକ ସମୟରେ କାଗଜପତ୍ର କରିନଥିବାରୁ କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ ଲାଗୁଛି ବୋଲି କହିଛନ୍ତି ପଦ୍ମନାଭ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ