ETV Bharat / city

କିନ୍ନରଙ୍କୁ ଚାକିରୀ କ୍ଷେତ୍ରରେ 5% ସଂରକ୍ଷଣ ଓ ପେନସନଭୁକ୍ତ କରାଯାଉ - କିନ୍ନର

କିନ୍ନରଙ୍କୁ ସରକାରୀ ଚାକିରୀ କ୍ଷେତ୍ରରେ 5% ସଂରକ୍ଷଣ ସହ ପେନସନଭୁକ୍ତ କରାଯାଉ ବୋଲି ସଙ୍ଘ ଦାବି କରିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 1, 2019, 4:55 PM IST

ଭୁବନେଶ୍ବର: ସରକାରୀସ୍ତରରେ ବିଧିବଦ୍ଧ ଭାବେ କିନ୍ନରଙ୍କୁ ସାମିଲ କରାଯାଉ । ଏଭଳି ଦାବି ନେଇ ଆଜି ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟାଳୟକୁ ଘେରାଓ କରିଛି । କିନ୍ନରଙ୍କୁ ସରକାରୀ ଚାକିରୀ କ୍ଷେତ୍ରରେ 5% ସଂରକ୍ଷଣ ସହ ପେନସନଭୁକ୍ତ କରାଯାଉ ବୋଲି ସଙ୍ଘ ଦାବି କରିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

କିଛିଦିନ ତଳେ ଟ୍ରେନରେ କିନ୍ନର ବା ଟ୍ରାନ୍ସଜେଣ୍ଡରଙ୍କ ଭିକ୍ଷାବୃତି କରିବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଯାହାକୁ ରାଜ୍ୟ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବିରୋଧ କରାଯାଇଛି । ଏଭଳି ପଦକ୍ଷେପ ନେବା ପୂର୍ବରୁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ କିନ୍ନରଙ୍କୁ ସେମାନଙ୍କ ହକ୍ ଦିଆଯାଉ ବୋଲି କୁହାଯାଇଛି ।

ସଙ୍ଘର କହିବା ଅନୁସାରେ, ବର୍ତ୍ତମାନଶୁଦ୍ଧା ତୃତୀୟ ଲିଙ୍ଗର ବ୍ୟକ୍ତି ବିଶେଷମାନେ ସରକାରୀସ୍ତରରେ ହକ ପାଇବାକୁ ବଞ୍ଚିତ ଅଛନ୍ତି । ଏହିକାରଣରୁ ସେମାନେ ବାଧ୍ୟ ହୋଇ ପେଟ ପାଇଁ ବୁଲି ବୁଲି ଭିକ ମାଗୁଛନ୍ତି । କିଛି ସରକାରୀ ନିୟମ କରିବା ଆଗରୁ ପ୍ରଥମେ କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସରକାର ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି ସଙ୍ଘ ମତ ରଖିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

Blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.