ETV Bharat / city

ମୋଦି କ୍ରେଜରେ କିନ୍ନର, ମାଗଣାରେ ବାଣ୍ଟିଲେ ଚା’

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଖୁସି ମନାଇଛନ୍ତି ମୋଦିଙ୍କ ଫ୍ୟାନ୍ସ । ଭିନ୍ନ ଢଙ୍ଗରେ ନିଜ ଖୁସିକୁ ସେ ସେଲିବ୍ରେସନ କରିଛନ୍ତି ମୋଦି ପ୍ରଶଂସକ । ସେମିତି କିଛି ଦେଖିବାକୁ ମିଳିଥିଲା ରାଜଧାନୀରେ ।

author img

By

Published : May 31, 2019, 7:48 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

ଭୁବନେଶ୍ବର: ଭବ୍ୟ ସମାରୋହରେ ସରିଛି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ । ଆଉ ଦ୍ବିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଯାହାକୁ ନେଇ ମୋଦିଙ୍କ ସମର୍ଥକ ଓ ପ୍ରଶଂସକଙ୍କ ବେଶ ଖୁସି । ଭିନ୍ନ ଢଙ୍ଗରେ ନିଜ ଖୁସିକୁ ସେଲିବ୍ରେସନ କରିଛନ୍ତି ମୋଦି ପ୍ରଶଂସକ । ସେମିତି କିଛି ଦେଖିବାକୁ ମିଳିଥିଲା ରାଜଧାନୀରେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର
ନିଜର ପ୍ରିୟ ନେତା ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । କିଏ ଖୁସିରେ ମିଠା ବାଣ୍ଟୁଥିଲା ତ ଆଉ କିଏ ବାଜା ବାଣ ଫୁଟାଇ ଏହି ଐତିହାସିକ ଦିନକୁ ମନାଇଛନ୍ତି । ତୃତୀୟ ଲିଙ୍ଗ ଭାବେ କିନ୍ନର ମଧ୍ୟ ମୋଦିଙ୍କ ଜିତକୁ ସେଲିବ୍ରେସନ କରିଛନ୍ତି ।

ଭୁବନେଶ୍ବରର ଏକ କିନ୍ନର ସଙ୍ଘ ମାଗଣାରେ ଶହ ଶହ ଲୋକଙ୍କୁ ଚା’ ପିଆଇଛନ୍ତି । ଗୁରୁବାର ସନ୍ଧ୍ୟା 4 ଟାରୁ ପ୍ରାୟ ରାତି 10ଟା ପର୍ଯ୍ୟନ୍ତ ଭୁବନେଶ୍ବର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ ମାଗଣାରେ ଚା’ ବଣ୍ଟା ଯାଇଥିବା ଦେଖିବାକୁ ମିଳିଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.