ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଗତକାଲି(ଶନିବାର) ବିଭିନ୍ନ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀସ୍ତରରେ ଏକ ବଡ଼ଧରଣର ବଦଳି ହୋଇଛି । ଏନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ଖଲ୍ଲିକୋଟ ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର ରାମଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ଜୁନିୟର ଇଞ୍ଜିନିୟର ଭାବେ ବଦଳି କରାଯାଇଛି । ସେହିପରି କଟକ ଡେପୁଟି କଲେକ୍ଟର ଅନୀତା ପାତ୍ରଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର, ପଲ୍ଲବୀ ବେହେରାଙ୍କୁ ବାଙ୍କି ଏନଏଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରଦୀପ କୁମାର ଶାହଙ୍କୁ ଚମ୍ପୁଆ ଏନଏଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗୌରହରି ମହାନ୍ତଙ୍କୁ ପାଟଣାଗଡ଼କୁ ବଦଳି କରାଯାଇଛି ।
ସେହିପରି ମଧୁସ୍ମିତା ସିଂଙ୍କୁ ସୁନ୍ଦରଗଡ଼ ପୌର ପରିଷଦ, ସୁକାନ୍ତ ଚନ୍ଦ୍ର ବେଉରାଙ୍କୁ ରାଉରକେଲା ମ୍ୟୁନିସପାଲ କର୍ପୋରେସନର ଆସିଷ୍ଟାଣ୍ଟ କମିଶନର, ମେହୋଡିୟସ୍ ଲାକ୍ରାଙ୍କୁ ରାଜଗାଙ୍ଗପୁର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ଅକ୍ଷୟ କୁମାର ପରିଡ଼ାଙ୍କୁ ଖଲ୍ଲିକୋଟ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରମୋଦ କୁମାର ପାଢ଼ୀଙ୍କୁ ବାଲୁଗାଁ ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଆକ୍ରୀର୍ତ୍ତି ଗୋଏଙ୍କାଙ୍କୁ ହିନ୍ଦୋଳ ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଚନ୍ଦ୍ରମଣି ସ୍ୱାଇଁଙ୍କୁ ବ୍ରଜରାଜନଗର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ସତ୍ୟପ୍ରକାଶ ମିଶ୍ରଙ୍କୁ ନିମାପଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ଧର୍ମେନ୍ଦ୍ର ଶତପଥୀଙ୍କୁ ରାଇରଙ୍ଗପୁର ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।
ତେବେ କୋରାପୁଟ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାଶ୍ୱତ ଜମାଦାରଙ୍କୁ ସୁନାବେଡ଼ା ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ