ଭୁବନେଶ୍ବର: ଆଇପିଏସ ସ୍ତରରେ ଅଦଳବଦଳ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଘନଶ୍ୟାମ ଉପାଧ୍ୟାୟଙ୍କୁ ଆଇଜିପି ଭିଜିଲାନ୍ସ ଭାବରେ ନିଯୁକ୍ତି ଦିଆଯାଇଛି । ଗଜଭିୟେ ଏସ କେ ଦାସଙ୍କୁ ଅର୍ବନ ପୋଲିସ ଆଣ୍ଡ ଟ୍ରାଫିକ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି।

ସେହିପରି ଦେଓଗଡ଼ ଏସପି ଭାବେ ନିଯୁକ୍ତ ହୋଇଛନ୍ତ ମନୋଜ କୁମାର ମହନ୍ତ । ଏହାସହ ବିଜୟ କୁମାର ସାହୁଙ୍କୁ ସପ୍ତମ ବାଟାଲିୟନ କମାଣ୍ଡାଣ୍ଟ ଓ ଏସ.ସି ଜମାଦରଙ୍କୁ ପୋଲିସ ଏଆଇଜି ଭାବରେ ନିଯୁକ୍ତ କରାଯାଇଛି । ଜମାଦାର ପୋଲିସ ମୁଖ୍ୟାଳୟରେ ନିଯୁକ୍ତି ପାଇବେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ