ETV Bharat / city

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଟ୍ରେନିଂ ମିଟିଂ ଆରମ୍ଭ

author img

By

Published : Mar 24, 2021, 9:26 PM IST

ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଓଡିଶା କଂଗ୍ରେସ କମିଟିର ଟ୍ରେନିଂ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଟ୍ରେନିଂ ମିଟିଂ ଆରମ୍ଭ
ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଟ୍ରେନିଂ ମିଟିଂ ଆରମ୍ଭ

ଭୁବନେଶ୍ବର: କଂଗ୍ରେସ ଭବନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଏକ ଟ୍ରେନିଂ ମିଟିଂ ଆରମ୍ଭ ହୋଇଛି । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇଥିଲେ l

ଏଆଇସିସି ତରଫରୁ ଏହି ଟ୍ରେନିଂ ବ୍ୟବସ୍ଥା କରାଯାଇଛି, ଯାହାର ଦାୟିତ୍ଵରେ ଅଛନ୍ତି ସଚ୍ଚିନ ରାଓ । ସାରା ଭାରତବର୍ଷରେ କଂଗ୍ରେସ ଦଳ କଣ ଏବଂ ବର୍ତ୍ତମାନ ଦେଶର ରାଜନୀତି କିପରି ଭାବରେ ଚାଲିଛି ଏସବୁ ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି ଟ୍ରେନିଂ ଆୟୋଜନ କରାଯାଇଛି l କଂଗ୍ରେସକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ପାଇଁ ଏହି ଟ୍ରେନିଂର ମୁଳ ଲକ୍ଷ୍ୟ ବୋଲି ଜଣାପଡିଛି l ଏହା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକସ୍ତରରେ ଚାଲିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.