ETV Bharat / city

କାଲିଠୁ ଇ-ବିଧାନସଭା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ, କଡାକଡି ପାଳନ ହେବ କୋଭିଡ ନିୟମ - odisha speaker

ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର 20ରୁ ଡିସେମ୍ବର 31ଯାଏଁ ଚାଲିବ । ଦିନକୁ ସାଢେ 4 ଘଣ୍ଟା ଶୀତକାଳୀନ ଅଧିବେଶନ ହେବାସହ ମୌସୁମୀ ଅଧିବେଶନ ଢାଞ୍ଚାରେ ଶୀତ ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

training for e-assembly
ଇ-ବିଧାନସଭା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ
author img

By

Published : Nov 5, 2020, 7:43 PM IST

ଭୁବନେଶ୍ବର: କୋଭିଡ଼ କଟକଣା ଭିତରେ ବିଧାନସଭାର ଶୀତକାଳୀନ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା । ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର 20ରୁ ଡିସେମ୍ବର 31 ଯାଏଁ ଚାଲିବ । ଦିନକୁ ସାଢେ 4 ଘଣ୍ଟା ଶୀତକାଳୀନ ଅଧିବେଶନ ହେବାସହ ମୌସୁମୀ ଅଧିବେଶନ ଢାଞ୍ଚାରେ ଶୀତ ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ଇ-ବିଧାନସଭା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ

ସେପଟେ ପ୍ରଶ୍ନକାଳ ହେବ କି ନାହିଁ ତାହା ସ୍ଥିର ହୋଇ ନଥିବା ବେଳେ ନିୟମ ଅନୁସାରେ, ସବୁ କାର୍ଯ୍ୟ ହେବ ବୋଲି ବାଚସ୍ପତି କହିଛନ୍ତି । ତେବେ ଆସନ୍ତାକାଲି (ଶୁକ୍ରବାର) ଠାରୁ ଇ-ବିଧାନସଭା ପାଇଁ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ମୌସୁମୀ ଅଧିବେଶନ ଢାଞ୍ଚାରେ ବସିବ ବିଧାନସଭାର ଶୀତ ଅଧିବେଶନ । 40ଦିନ ଧରି ଚାଲିବ ବିଧାନସଭାର ଶୀତ ଅଧିବେଶନ । କୋଭିଡ କଟକଣା ନିୟମକୁ ପାଳନ କରି ମୌସୁମୀ ଅଧିବେଶନ ଢାଞ୍ଚାରେ ଅଧିବେଶନ ଚଳାଇବା ପାଇଁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି ।

ପ୍ରଶ୍ନକାଳ ହେବ କି ନାହିଁ ତାହା ସ୍ଥିର ହୋଇ ନଥିବା ବେଳେ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ ଓ କଲିଂ ଆଟେସନ, ବଜେଟ ଆଲୋଚନା ହେବା ନେଇ ନିଷ୍ପତ୍ତି ହୋଇଛି । ଯେତେ ସମ୍ଭବ ଗୃହର କାର୍ଯ୍ୟ ସବୁ ଡ଼ିଜିଟାଲ ମାଧ୍ୟମରେ କରିବା ପାଇଁ ଚେଷ୍ଟା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

କେବଳ ସେତିକି ନୁହେଁ, ବିଧାନସଭା ଭିତରେ ମଧ୍ୟ ବିଧାୟକମାନେ ୪ଫୁଟ ଦୂରତା ବଜାୟ ରଖିବା ସହ ଦର୍ଶକ ଗ୍ୟାଲେରୀରେ ବିଧାୟକମାନଙ୍କୁ ବସିବାର ବ୍ୟବସ୍ଥା କରାଯାଇଛି । କୋରୋନା ବିଧାୟକଙ୍କ ସିଟ ସମ୍ମୁଖରେ ସିଲଡ଼ କାଚ ଲଗାଯାଇଛି । ତେବେ ଅଧିବେଶନ ସମୟରେ ବିଧାୟକମାନଙ୍କ କୋଭିଡ ଟେଷ୍ଟ କରାଯିବ କି ନାହିଁ ସେନେଇ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.