ETV Bharat / city

ପ୍ରଶିକ୍ଷଣ ଶିବିରରେ ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର - ଭୁବନେଶ୍ବରରେ ପ୍ରଶିକ୍ଷଣ ଶିବିର ଆୟୋଜିତ

ଭୁବନେଶ୍ବର ଫାୟାର ଷ୍ଟେସନ ନିକଟରେ ପ୍ରଶିକ୍ଷଣ ଶିବିର ଆୟୋଜିତ । ପୋଲିସ ମିତ୍ରଙ୍କୁ ବସ୍ତିରେ ନିଆଁ ଲାଗିଲେ ଲିଭାଇବାକୁ ମିଳିଲା ପ୍ରାକ୍ଟିକାଲ ଟ୍ରେନିଂ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପ୍ରଶିକ୍ଷଣ ଶିବିର ଆୟୋଜିତ, ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର

author img

By

Published : Apr 29, 2022, 5:43 PM IST

Updated : Apr 29, 2022, 6:01 PM IST

ଭୁବନେଶ୍ବର: ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଭୁବନେଶ୍ବରସ୍ଥିତ ଫାୟାର ଷ୍ଟେସନ ପ୍ରାଙ୍ଗଣରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ପୋଲିସ ମିତ୍ରଙ୍କୁ ବସ୍ତିରେ ନିଆଁ ଲାଗିବା ପରେ ଏହାକୁ ଲିଭାଇବାର ପ୍ରାକ୍ଟିକାଲ ଟ୍ରେନିଂ ଦିଆଯାଇଛି ।

ପ୍ରଶିକ୍ଷଣ ଶିବିରରେ ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର
ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର
ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର

ଏଥିରେ ଅଗ୍ନିଶମ ବିଭାଗର ଡିଜି ଏବଂ ଅନେକ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅଗ୍ନିଶମ ବିଭାଗର ପ୍ରଶିକ୍ଷକମାନେ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯେଉଁ ପୋଲିସ ମିତ୍ରମାନେ ଉପସ୍ଥିତ ଥିଲେ ସେମାନେ ପ୍ରଶିକ୍ଷଣ ନେବା ପରେ ଏହି କୌଶଳକୁ ପ୍ରୟୋଗ କରି ବସ୍ତିରେ ଲୋକଙ୍କ ଧନ ଜୀବନ ବଞ୍ଚାଇବେ ବୋଲି କହିଛନ୍ତି । ବସ୍ତିକୁ ଚାଲ ଅଭିଯାନ ମାଧ୍ୟମରେ ଏହି ଟ୍ରେନିଂ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 29, 2022, 6:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.