ଭୁବନେଶ୍ବର: ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏପରିସ୍ଥିତିରେ ରାଜ୍ୟରେ ଟ୍ରେନ ଚଳାଚଳ ଉପରେ ଅନେକ ଦିନରୁ ଜାରି ହୋଇଥିଲା କଟକଣା । ତେବେ ଏହି କଟକଣାକୁ ଉଠାଇବାକୁ ପୂର୍ବତଟ ରେଳବାଇକୁ ସୁପାରିଶ ଦେଇଛନ୍ତି ରାଜ୍ୟସରକାର । ଏବେ ପୂର୍ବ ଭଳି ରାଜ୍ୟରେ ଟ୍ରେନ ଚଳାଚଳ ସ୍ବଭାବିକ ହେବ ।
ରାଜ୍ୟରେ ଟ୍ରେନ ଚଳାଚଳ ଓ ପ୍ରତ୍ୟେକ ଷ୍ଟପେଜରେ ଲାଗୁ ହୋଇଥିବା ସମସ୍ତ ପ୍ରତିବନ୍ଧକ ହଟାଇବାକୁ ସରକାର ପୂର୍ବତଟ ରେଳବାଇକୁ ସୁପାରିଶ କରିଛନ୍ତି। କୋରୋନା ପରିସ୍ଥିତି ଯୋଗୁଁ ଟ୍ରେନ ଚଳାଚଳ ଉପରେ ରାଜ୍ୟ ସରକାର କଡା ପଦକ୍ଷେପ ନେଇଥିଲେ।
ବର୍ତ୍ତମାନର ଅନଲକ ପରିସ୍ଥିତିରେ ରାଜ୍ୟ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇବାକୁ ରାଜ୍ୟ ସରକାର ଆବଶ୍ୟକତା ମନେକରୁନାହାନ୍ତି । ତେବେ ରେଳବାଇ ପକ୍ଷରୁ ଆନ୍ତଃରାଜ୍ୟ ଟ୍ରେନର ଚଳାଚଳ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯାଇପାରିବ ବୋଲି ରାଜ୍ୟ ସରକାର ପୂର୍ବ ତଟ ରେଳବାଇକୁ ଲେଖିଥିବା ଚିଠିରେ କହିଛନ୍ତି।