ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ମଦ୍ୟପ ଯୁବକର ଉତ୍ପାତ। ଅଧଘଣ୍ଟା ଟ୍ରାଫିକ ଜାମ। ଏଭଳି ଘଟଣା ଘଟିଛି ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ଡମଣା ଛକରେ ।
ମଦ ପିଇ ଯୁବକ ଜଣଙ୍କ ରାସ୍ତାରେ ଉତ୍ପାତ କରୁଥିବା ବେଳେ କେତେବେଳେ ଗାଡି ଆଗରେ ଛିଡା ହୋଇପଡୁଛନ୍ତି ତ ଆଉ କେତେବେଳେ ଗାଡି ଆଗରେ ବସୁଥିବା ଦେଖିବାକୁ ମିଳିଛି । ରାଜରାସ୍ତା ଉପରେ ମଦ ପିଇ ଏମିତି ହଇରାଣ କରୁଥିଲେ ବି କୌଣସି ଲୋକ ଏହାର ପ୍ରତିବାଦ କରୁନଥିବା ବେଳେ ପୋଲିସ ବି ଚୁପ ରହିଛି ।
ଅନ୍ୟପଟେ ଏହି ଯୁବକ ପରିଚୟ ମିଳିପାରିନଥିବା ବେଳେ ସ୍ଥାନୀୟ ଲୋକେ ମଦ୍ୟପ ଯୁବକ ଜଣଙ୍କୁ ରାସ୍ତାରୁ ଉଠାଇଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ