ETV Bharat / city

‘NO CRACKER’ ବ୍ୟାନର ସହ ସାଗରିକାଙ୍କ ଦୀପାବଳି ଶୁଭେଚ୍ଛା - NO CRACKER

ଚଳିତବର୍ଷ ବାଣ ନଫୁଟାଇ ଦୀପ ଜାଳିବା ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

NO CRACKER ବ୍ୟାନର ସହ ସାଗରିକାଙ୍କ ଶୁଭେଚ୍ଛା
author img

By

Published : Oct 27, 2019, 12:04 AM IST

ଭୁବନେଶ୍ବର: ରାତି ପାହିଲେ ଆଲୋକର ପର୍ଵ ଦୀପାବଳି । ଯହାକୁ ନେଇ ବେଶ ଉତ୍ସବ ମୁଖର ହୋଇ ପଡିଛି ରାଜଧାନୀ ଭୁବନେଶ୍ବର । ଆଉ ଚଳିତବର୍ଷ ବାଣ ନଫୁଟାଇ ଦୀପ ଜାଳିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

NO CRACKER ବ୍ୟାନର ସହ ସାଗରିକାଙ୍କ ଶୁଭେଚ୍ଛା

ୟୁଏସଆଇ ଫାଉଣ୍ଡେସନ ସହ ମିଶି ଏଭଳି ପ୍ରୟାସ କରିଛନ୍ତି ଟ୍ରାଫିକ ଡିସିପି । ଏହା ସହ ଲୋକଙ୍କୁ ବାଣ ଫୁଟାଇଲେ କିଭଳି କ୍ଷତି ହୁଏ ଏହାକୁ ନେଇ ସଚେତନ ମଧ୍ୟ କରାଇଥିଲେ ।

ୟୁଏସଆଇ ଫାଉଣ୍ଡେସନ କରିଥିବା ସିଗ୍‌ନେଚର କ୍ୟାମ୍ପେନର NO CRACKER ବ୍ୟାନର ସହ ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ସାଗରିକା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:କଟକ: ଆସନ୍ତା ମାସ 12 ତାରିଖ ରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ଏନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଖୁବ ତ୍ୱରିତ ଢ଼ଙ୍ଗରେ ସମ୍ପାଦନ ହେଉଛି । କିପରି ବାଲିଯାତ୍ରା ର ଶୋଭା ଦ୍ୱିଗୁଣିତ ହେବ ସେ ଦିଗରେ ଜିଲା ପ୍ରଶାସନ ବେଶ ଯତ୍ନବାନ ରହିଛି । ତେବେ ବାଲିଯାତ୍ରା ପାଇଁ ପ୍ଲଟିଂ ଆବଣ୍ଟନ ପ୍ରକ୍ରିୟା ରେ କେଁ ପରିଲକ୍ଷିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଯାହା ବିଜ୍ଞାପନ ଆସିଥିଲା ତାହା ବାସ୍ତବ ରେ କିଛି ନୁହେଁ । ବର୍ଗଫୁଟ ପିଛା ଯେତିକି ମୂଲ୍ୟ ରଖା ଯାଇଥିଲା ତାହାଠୁ ଅଧିକ ଟଙ୍କା ରେ ପ୍ଲଟ କିଣିବାକୁ ପଡୁଛି ବୋଲି କହିଛନ୍ତି ବ୍ୟବସାୟୀ ।

Body:ଭିଓ୧:ଚଳିତବର୍ଷ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ଲଟ କିଣା ବିକା କାମ । ଜିଲା ପ୍ରଶାସନ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ଓ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟ ରେ ଜାରି ରହିଛି କିଣାବିକା ପ୍ରକ୍ରିୟା । ତେବେ ସବୁ କିଛି ଠିକ ଠାକ ଥିଲା ବେଳେ କିଛି ବ୍ୟବସାୟୀ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ହଜାର ବର୍ଗଫୁଟ କୁ ଯେତିକି ଟଙ୍କା ରହିଥିଲା ତାହାଠୁ ଅଧିକ ଟଙ୍କା ପ୍ରଶାସନ କୁ ଦେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି । ମୋଟାମୋଟୀ ଭାବେ କହିବାକୁ ଗଲେ ପ୍ରଶାସନ ଆମକୁ ଧୋକା ଦେଇଛି ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

ବାଇଟ: ବ୍ୟବସାୟୀ
ବାଇଟ:ବ୍ୟବସାୟୀ

ଭିଓ୨: ଅନ୍ୟପଟେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟିନୀ । ତାଙ୍କ କହିବାନୁସାରେ ଗତ ବର୍ଷ ଵର୍ଗ ଫୁଟ ପିଛା 33 ଟଙ୍କା ହୋଇଥିଲା । କିନ୍ତୁ ଚଳିତବର୍ଷ 30 ଟଙ୍କା କୁ ହ୍ରାସ କରାଯାଇଛି । ଯାହା ବ୍ୟବସାୟୀ ମାନଙ୍କୁ ସୁହାଇଛି । ଏହାସହିତ କିଣାବିକା ପ୍ରସଙ୍ଗ ରେ ଏହି ଅଭିଯୋଗ ଭିତିହୀନ ବୋଲି ଦର୍ଶେଇଛନ୍ତି ସେ ।

ବାଇଟ: ଭବାନୀ ଶଙ୍କର ଚୟିନୀ (ଜିଲାପାଳ କଟକ)

Conclusion:ଫାଭିଓ : ଗତବର୍ଷ ମଧ୍ୟ ଏହି ପ୍ଲଟିଂ ବିବାଦ ମୂଲ୍ୟ ଯୋଗୁ ହିଁ ଆରମ୍ଭ ହୋଇଥିଲା । ଯାହାଫଳରେ ବହୁ ବାଦବିବାଦ ପରେ ଆରମ୍ଭ ହୋଇଥିଲା ବାଲିଯାତ୍ରା । ତେବେ ଚଳିତବର୍ଷ ପ୍ଲଟିଂ ଆବଣ୍ଟନ ରେ ଏହି ଅଭିଯୋଗ ଆସିଛି । ତେବେ ପ୍ରଶ୍ନ ଉଠୁଛି କିଏ କହୁଛି ମିଛ ପ୍ରଶାସନ ନା ବ୍ୟବସାୟୀ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.