ETV Bharat / city

କୋରୋନା ପାଇଁ ବିଏମସି ଟ୍ରେଡ଼ ଲାଇସେନ୍ସ ପ୍ରଭାବିତ, ହରାଇଛି ରାଜସ୍ବ

author img

By

Published : Sep 22, 2020, 1:32 PM IST

ମାର୍ଚ୍ଚ ପୂର୍ବରୁ ଟ୍ରେଡ ଲାଇସେନ୍ସ ଫି ଆଦାୟ ହେଉଥିଲା । ହେଲେ କୋରୋନା କଟକଣା ପାଇଁ ନା ନୂଆ ଟ୍ରେଡ଼ ଲାଇସେନ୍ସ ହୋଇପାରୁଛି ନା ନୂଆ ରିନିୟୁ ହୋଇପାରୁଛି । ଯାହା ଦ୍ବାରା ବିଏମସିର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି ।

କୋରୋନା ପାଇଁ ପ୍ରଭାବିତ ବିଏମସି  ଟ୍ରେଡ଼ ଲାଇସେନ୍ସ

ଭୁବନେଶ୍ବର: କୋରୋନା କାଳରେ ପ୍ରଭାବିତ ଟ୍ରେଡ ଲାଇସେନ୍ସ । ବିଏମସି ଟ୍ରେଡ଼ ଲାଇସେନ୍ସ କାର୍ଯ୍ୟରେ କୋରୋନା ସାଜିଛି ବାଧକ । ଟ୍ରେଡ଼ ଲାଇସେନ୍ସ ରିନିୟୁ ଓ ଫି ଆଦାୟ ହୋଇ ପାରୁ ନାହିଁ । ସେଥିପାଇଁ ବିଏମସି ୨୦୧୯ -୨୦ ବର୍ଷରେ ରାଜସ୍ବ ହରାଇଛି । ମାର୍ଚ୍ଚ ପୂର୍ବରୁ ଟ୍ରେଡ ଲାଇସେନ୍ସ ଫି ଆଦାୟ ହେଉଥିଲା । ହେଲେ କୋରୋନା କଟକଣା ପାଇଁ ନା ନୂଆ ଟ୍ରେଡ଼ ଲାଇସେନ୍ସ ହୋଇପାରୁଛି ନା ନୂଆ ରିନିୟୁ ହୋଇପାରୁଛି । ଯାହା ଦ୍ବାରା ବିଏମସିର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି । ଏବେ ସ୍ଥିତି ସ୍ୱାଭାବିକ ହେଲା ପରେ ଅନଲାଇନ ମାଧ୍ୟମରେ ଟ୍ରେଡ଼ ଲାଇସେନ୍ସ ଆବେଦନ କରିପାରିବେ ଆବେଦନକାରୀ ।

କୋରୋନା ପାଇଁ ବିଏମସି ଟ୍ରେଡ଼ ଲାଇସେନ୍ସ ପ୍ରଭାବିତ, ହରାଇଛି ରାଜସ୍ବ

ଭୁବନେଶ୍ବରର କଳେବର ବୃଦ୍ଧି ପାଉଥିବାରୁ ଦୋକାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ବ୍ୟବସାୟ ପ୍ରତିଷ୍ଠାନ ଓ ବ୍ୟବସାୟ କରୁଥିବା ଜିନିଷକୁ ଦେଖି ଟ୍ରେଡ଼ ଲାଇସେନ୍ସ ଫି ଆଦାୟ କରାଯାଏ । ସର୍ବନିମ୍ନ ୫୦୦ ଟଙ୍କା ଆଦାୟ କରାଯାଏ । ପୂର୍ବରୁ ଟ୍ରେଡ଼ ଲାଇସେନ୍ସ ଫି ଆଦାୟ ଅନୁଯାୟୀ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ସର୍ବାଧିକ ଟ୍ରେଡ଼ ଲାଇସେନ୍ସ ରିନିୟୁ କରନ୍ତି ବ୍ୟବସାୟୀକ ପ୍ରତିଷ୍ଠାନ । ହେଲେ ମାର୍ଚ୍ଚ ମାସରୁ କୋରୋନା ଲକଡାଉନ କାରଣରୁ ନୂଆ ଟ୍ରେଡ଼ ଲାଇସେନ୍ସ ତ ଦୂରର କଥା ପୁରୁଣା ଲାଇସେନ୍ସ ମଧ୍ୟ ରିନିୟୁ ହୋଇପାରିଲା ନାହିଁ । ମିଳିଥିବା ତଥ୍ୟ ଅନୁଯାୟୀ, ଲକଡାଉନ ପୂର୍ବରୁ ପ୍ରତି ମାସରେ ପ୍ରତି ଜୋନ ପିଛା ନୂଆ ଟ୍ରେଡ଼ ଲାଇସେନ୍ସ ପ୍ରାୟ ୫୦ ରୁ ୬୦ଟି ଆବେଦନ ହୋଇଥାଏ । ମୋଟ 3ଟି ଜୋନରୁ ପ୍ରାୟ ୨୦୦ଟି ନୂଆ ଟ୍ରେଡ଼ ଲାଇସେନ୍ସ ଆବେଦନ ହୁଏ ।

ଏପଟେ ରିପୋର୍ଟ ଦେଖିଲେ, ୨୦୧୮-୨୦୧୯ ଆର୍ଥିକ ବର୍ଷରେ ୪ କୋଟି ୪୦ ଲକ୍ଷ ୨୫ ହଜାର ଟ୍ରେଡ଼ ଲାଇସେନ୍ସରୁ ଫି ଆଦାୟ ହୋଇଥିଲା । ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୪ କୋଟି ୨ ଲକ୍ଷ ୬୨ ହଜାର ଓ ୨୦୨୦-୨୦୨୧ ଆର୍ଥିକବର୍ଷରେ ୧ କୋଟି ୧୩ ଲକ୍ଷ ୩୭ ହଜାର ଆଦାୟ ହୋଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଚଳିତ ବର୍ଷ କୋରୋନା ଲକଡାଉନ କଟକଣା ଯୋଗୁଁ ଟ୍ରେଡ଼ ଲାଇସେନ୍ସ ପ୍ରଭାବିତ ହୋଇଛି । ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୯୨୬ ଜଣ ଟ୍ରେଡର ଟ୍ରେଡ଼ ଲାଇସେନ୍ସ ରିନିୟୁ କରିଛନ୍ତି । ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୪୩୯୩ ଟ୍ରେଡରଙ୍କ ଲାଇସେନ୍ସର ବୈଧତା ସମାପ୍ତ ହୋଇଛି ।

ଭୁବନେଶ୍ବର ବାପୁଜିନଗରରେ ଥିବା ଭାରତ ଇଲେକ୍ଟ୍ରୋନିକ୍ସ ଟ୍ରେଡ଼ ଲାଇସେନ୍ସ ବାବଦରେ ମାସିକ ପ୍ରାୟ ୧୫୦୦ ଟଙ୍କା ବିଏମସିରେ ପୈଠ କରନ୍ତି । ହେଲେ ମାର୍ଚ୍ଚ ମାସରୁ କୋରୋନା ଲକଡାଉନ କଟକଣା ଯୋଗୁଁ ଏ ପର୍ଯ୍ୟନ୍ତ ରିନିୟୁ କରିପାରିନାହାଁନ୍ତି । କାରଣ ଦୋକାନ ବନ୍ଦ ଥିଲା । ଏପରି କହିଛନ୍ତି ଭାରତ ଇଲେକ୍ଟ୍ରୋନିକ୍ସର ମ୍ୟାନେଜର ଦିବ୍ୟ ଲୋଚନ ମହାନ୍ତି । ସମାନ ଅଭିଯୋଗ ମଧ୍ୟ ଆସିଛି ବାପୁଜିନଗର ରେ ଥିବା ଅର୍ଚ୍ଚିତା ଫର୍ନିଚରସରୁ,ଯେହେତୁ ଲକଡାଉନ ପାଇଁ ଦୋକାନ ଦୀର୍ଘଦିନ ଧରି ବନ୍ଦ ରହିଲା ।ମାର୍ଚ୍ଚ ମାସରୁ ଲାଇସେନ୍ସ ରିନିୟୁ ହୋଇନାହିଁ । ବିଏମସିର କେହି ମଧ୍ୟ ଆସୁନାହାନ୍ତି ବୋଲି କହିଛନ୍ତି ଉକ୍ତ ଦୋକାନ ମାଲିକ ଅଜିତ ପାତ୍ର।

ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ବିଏମସି ରାଜସ୍ବ ବିଭାଗ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର । ସେ କହିଛନ୍ତି ଯେ, ଏହା ସତ୍ୟ ଯେ ମାର୍ଚ୍ଚ ମାସରୁ ଲକଡାଉନ କଟକଣା ପାଇଁ ଦୋକାନ ବଜାର ବନ୍ଦ ରହିଲା,ଟ୍ରେଡ଼ ଲାଇସେନ୍ସ ଫି ଆଦାୟ ହୋଇପାରିଲା ନାହିଁ । କିନ୍ତୁ ନିହାତି ଆବଶ୍ୟକ ପଡ଼ିଲେ ଟ୍ରେଡର ଅନଲାଇନ ମାଧ୍ୟମରେ ପୈଠ କରିପାରିବେ । ଖାଲି ଟ୍ରେଡ଼ ଲାଇସେନ୍ସ ନୁହେଁ ସମସ୍ତ ରାଜସ୍ବ ଆଦାୟ ବ୍ୟବସ୍ଥା କୋରୋନା ଲକଡାଉନ କଟକଣା ପାଇଁ ପ୍ରଭାବିତ ହୋଇଛି । ତେବେ ସ୍ଥିତି ସୁଧୁରିଲେ ଟ୍ରେଡ଼ ଲାଇସେନ୍ସ ଫି ଆଦାୟ ହେବ ।

ବିଭିନ୍ନ ସମୟରେ ବିଏମସି ଟିକସ ଆଦାୟ ଧାରାକୁ ନେଇ ଜନଅସନ୍ତୋଷ ଦେଖା ଦେଇଛି । ହେଲେ ଏବେ କୋରୋନା ଲକଡାଉନ କଟକଣା କାରଣରୁ ଟ୍ରେଡ଼ ଲାଇସେନ୍ସ ଆଦାୟ କରିପାରିନି ବିଏମସି । ଟ୍ରେଡ ତ ନାହିଁ ଲାଇସେନ୍ସ କ'ଣ ରିନିୟୁ ହେବ ବୋଲି ଅନେକ ବ୍ୟବସାୟିକ ପ୍ରତିଷ୍ଠାନର ନିଜର ମତ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.