ଭୁବନେଶ୍ବର: ରାଜଧାନୀରେ ବଣ୍ଟି ଔର ବବଲି । ଅର୍ଥାତ ୪୨୦ ଦମ୍ପତି। ଫିଲ୍ମ ଷ୍ଟାଇଲରେ ଏକ କମ୍ପାନୀକୁ ଚୂନା ଲଗାଇଥିଲେ ଏହି ଦମ୍ପତି । ୮୭ଟି ଟ୍ରାକ୍ଟର ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ପରେ ଦମ୍ପତିକୁ ଗିରଫ କରିଛି କମିସନରେଟ ପୋଲିସର ନୟାପଲି ଥାନା ପୋଲିସ ।
ସୁଚନା ମୁତାବକ, ଏହି ଦୁହେଁ ହେଲେ କଟକ ମଧୁପାଟଣା ନୂଆ ସାହିର ଦିପ୍ତିମୟୀ ମହାନ୍ତି, ନିରାକାର ମହାନ୍ତି । ଉଭୟ ଜଗତସିଂହପୁରରେ ଡିଏନ ମୋଟରସ୍ ପ୍ରାଇଭେଟ ଲିମିଟେଡ ଏକ କମ୍ପାନି ଚଲାଇ ଟ୍ରାକ୍ଟର ବିକ୍ରି କରୁଥିଲେ। ତେବେ ନୟାପଲ୍ଲୀର ଏନ୧/୨୨ରେ ଥିବା ଦହନ ଡେୟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନିଠାରୁ ୨୦୧୭ରେ ୮୭ଟି ଟ୍ରାକ୍ଟର ନେଇଥିଲେ । ହେଲେ ୨୦୧୯ ବେଳକୁ ୩୮ ଲକ୍ଷ ବାକି ରଖିଥିଲେ । ତାପରଠୁ ଆଉ ଧରାଛୁଆଁ ଦେଉନଥିଲେ।
ଏନେଇ ନୟାପଲ୍ଲୀ ଥାନାରେ ଦମ୍ପତିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହାପରେ ଉଭୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଆଇପିସିର ଧାରା ୪୨୦,୩୪ରେ କୋର୍ଟ ଚାଲାଣ ହୋଇଛନ୍ତି ଏହି ଠକ ଦମ୍ପତି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ