ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । ଏନେଇ ଅନେକ ଜିଲ୍ଲାରେ ରହିଛି ଜିରୋ ସଂକ୍ରମଣ । ସଂକ୍ରମଣ କମିବା ସାଙ୍ଗକୁ ଟୀକାକରଣକୁ ଅଧିକ ଗୁରୁତ୍ୱ ଦେବା ସହ ସର୍ଭିଲାନ୍ସ କଡ଼ାକଡ଼ି କରାଯାଉଛି । ରାଜ୍ୟରେ ୧୨ଟି ଜିଲ୍ଲାରେ ଜିରୋ ସଂକ୍ରମଣ ରହିଛି । ବର୍ତ୍ତମାନ ରାଜ୍ୟରେ ଟିପିଆର ରହିଛି ୦.୪୨ । ଯେଉଁ ଜିଲ୍ଲା ଗୁଡିକ ଜିରୋ ଟିପିଆର ରହିଛି ସେହି ଜିଲ୍ଲା ଗୁଡିକ ହେଲା
ଅନୁଗୋଳ, ବୌଦ୍ଧ, ଗଜପତି, ଝାରସୁଗୁଡା କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି ନବରଙ୍ଗପୁର, ନୂଆପଡା ରାୟଗଡା, ସୁବର୍ଣ୍ଣପୁର ଆଦି ଜିଲ୍ଲା । ୧ ପ୍ରତିଶତ ତଳେ ଥିବା ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ସମ୍ବଲପୁର, ପୁରୀ, ନୟାଗଡ, କୋରାପୁଟ, ମୟୂରଭଞ୍ଜ, କେନ୍ଦ୍ରାପଡା, କନ୍ଧମାଳ, ଯାଜପୁର, ଜଗତସିଂହପୁର, ଗଞ୍ଜାମ, ଢେଙ୍କାନାଳ, ଦେଓଗଡ, କଟକ ବଲାଙ୍ଗୀର ଭଦ୍ରକ ବରଗଡ ବାଲେଶ୍ୱର ଆଦି ଜିଲ୍ଲା ।
ତେବେ ଖୋର୍ଦ୍ଧା ଜିଲ୍ଲାରେ ଟିପିଆର ରହିଛି ୧.୯୬ ପ୍ରତିଶତ । ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୨ ହଜାର ୩୨୭ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୦ରୁ ୧୮ ବର୍ଷ ମଧ୍ୟରେ ଶିଶୁ ଆକ୍ରାନ୍ତ ହେଉଛନ୍ତି ୯୦ ହଜାର ୫୭୯ । ୧୯ରୁ ୪୦ ବର୍ଷ ବୟସ ମଧ୍ୟରେ ୫ ଲକ୍ଷ ୩୭ ହଜାର ୧୪୦ । ୪୧ ବର୍ଷରୁ ୬୦ ବୟସ ମଧ୍ୟରେ ୩ ଲକ୍ଷ ୨୦ ହଜାର ୭୨୧ । ୬୦ବର୍ଷରୁ ଉର୍ଦ୍ଧ୍ବ ବୟସରେ ୯୮ ହଜାର ୩୫୮ ଜଣ ଆକ୍ରାନ୍ତ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସନ୍ଧ୍ୟା ୫ଟା ସୁଦ୍ଧା ୪ କୋଟି ୧୬ ଲକ୍ଷ ୧୩ ହଜାର ୫୭୨ ଡୋଜ ଟିକା ନେଇଛନ୍ତି । ସେଥିମଧ୍ୟରୁ ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୭୨ ଲକ୍ଷ ୫୪ ହଜାର ୭୩୭ ଓ ଦ୍ୱିତୀୟ ଡୋଜ ନେଇଛନ୍ତି ୧ କୋଟି ୪୩ ଲକ୍ଷ ୫୮ ହଜାର ୮୩୫ ଡୋଜ।
CoWIN portal ର ତଥ୍ୟ ଅନୁଯାୟୀ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଟୀକାକରଣ ଅଧିକ ରହିଛି । ପୁରୁଷଙ୍କର ଟୀକାକରଣ ହେଇଛି ୨ କୋଟି ୭ ଲକ୍ଷ ୮୧ ହଜାର ୬୦୫ ଓ ମହିଳାଙ୍କର ଟୀକାକରଣ ହେଇଛି ୨ କୋଟି ୮ ଲକ୍ଷ ୨୨ ହଜାର ୨୪୮।
ଭୁବନେଶ୍ବରରୁ ବିକାଶ କୁମାର, ଇଟିଭି ଭାରତ