ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ପରେ ଆଜି 67 ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ଗଡିବ ଟଏ ଟ୍ରେନ। ଏହା ସହ ରୋପ-ଓ୍ବେର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯିବ।
![ଆସନ୍ତାକାଲି ଠାରୁ 67ତମ ବନ୍ୟପ୍ରାଣୀ ସପ୍ତାହ, ନନ୍ଦନକାନନରେ ଗଡିବ ଟଏ ଟ୍ରେନ](https://etvbharatimages.akamaized.net/etvbharat/prod-images/13290417_thumbnaikl_3x2_ad.jpg)
![ଆସନ୍ତାକାଲି ଠାରୁ 67ତମ ବନ୍ୟପ୍ରାଣୀ ସପ୍ତାହ, ନନ୍ଦନକାନନରେ ଗଡିବ ଟଏ ଟ୍ରେନ](https://etvbharatimages.akamaized.net/etvbharat/prod-images/13290417_hfjk.jpg)
67 ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ନନ୍ଦନକାନନରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ନନ୍ଦନକାନନକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି । ଆଜି ଠାରୁ ଟଏ ଟ୍ରେନ (ଶିଶୁ ରେଳ ଗାଡି)ର ଶୁଭାରମ୍ଭ ହେବା ସହ ଆଉ ଏକ ନୂଆ ଯୋଜନା ରୋପ-ୱେର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ଟଏ ଟ୍ରେନରେ ପର୍ଯ୍ୟଟକଙ୍କ ପାଇଁ ଟିକେଟର ମୂଲ୍ୟ ରହିଛି 95 ଟଙ୍କା । ଟଏ ଟ୍ରେନ ଟ୍ରାକ ଉପରେ ଏକ ଫୁଟ-ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯିବ।
ଏହା ସହ ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ତୃଣଭୋଜି ପ୍ରାଣୀଙ୍କୁ ଜଙ୍ଗଲରେ ଛଡ଼ାଯିବ । ଯାହା ଫଳରେ ଟଏ ଟ୍ରେନରେ ଯିବା ସମୟରେ ଏକ ପ୍ରକୃତିକ ପରିବେଶକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । 67ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହେବାକୁ ଥିବାବେଳେ ଏଥିରେ ସାମିଲ ହେବେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧ୍ୟାୟକ ସୁରେଶ ରାଉତରାୟ, ଭୁବନେଶ୍ବର ଉତ୍ତର ବିଧ୍ୟାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିତିକ୍ତ ଶାସନ ସଚିବ ମୋନା ଶର୍ମା ଏବଂ ମୁଖ୍ୟ ବନ୍ୟ ସଂରକ୍ଷକ ଏବଂ ବନ ବାହିନୀ ମୁଖ୍ୟ ଶିଶିର କୁମାର ରଥ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ