ETV Bharat / city

ନନ୍ଦନକାନନରେ ପୁଣି ଗଡିବ ଟଏ ଟ୍ରେନ, ଚାଲିବ ରୋପ ୱେ

author img

By

Published : Oct 16, 2019, 12:38 AM IST

ନନ୍ଦନକାନନରେ ପୁଣି ଗଡିବ ଟଏ ଟ୍ରେନ ଓ ଚାଲିବ ରୋପ ୱେ । ଡିସେମ୍ବର ୨୯ ପ୍ରତିଷ୍ଠା ଦିବସରେ ଏହାର ଆରମ୍ଭ ହେବା ନେଇ ସୂଚନା ରହିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନରେ ପୁଣି ଗଡିବ ଟଏ ଟ୍ରେନ ଓ ଚାଲିବ ରୋପ ୱେ। ଡିସେମ୍ବର ୨୯ ପ୍ରତିଷ୍ଠା ଦିବସରେ ଏହାର ଆରମ୍ଭ ହେବା ନେଇ ସୂଚନା ରହିଛି। ଆସନ୍ତା ନନ୍ଦନକାନନ ପ୍ରତିଷ୍ଠା ଦିବସରୁ ଦୀର୍ଘ ସମୟ ଧରି ବନ୍ଦ ରହିଥିବା ଟଏ ଟ୍ରେନ ପୁଣି ଚାଲିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏବଂ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଵ୍ୟଵସ୍ଥା ଆରମ୍ଭ କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପାଖାପାଖି 5 ରୁ 6 ବର୍ଷ ଧରି ପଡିରହିଥିବା ଟୟ ଟ୍ରେନ ଓ ରୋପ ୱେ ସେବାକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କୋଲକାତାର ଏକ ଘରୋଇ କମ୍ପାନୀକୁ ଏହାର ଦାୟିତ୍ବ ଦିଆଯାଇଛି । ସମ୍ଭବତଃ ଆସନ୍ତା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ଦିବସରେ ଏହାକୁ ଆରମ୍ଭ କରାଯିବ ବୋଲି ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଶଶୀ ପାଲ କହିଛନ୍ତି।

ରୋପ-ୱେ ପାଇଁ ପଶ୍ଚିମବଙ୍ଗର ଏକ ଘରୋଇ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ବିଭିନ୍ନ ସମୟରେ ନନ୍ଦନକାନନ କର୍ତ୍ତୃପକ୍ଷ ରୋପ ୱେ ଏବଂ ଟଏ ଟ୍ରେନକୁ ଚାଲୁ କରିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ସମ୍ଭବ ହୋଇନଥାଏ । ତେବେ ଏଥର ପ୍ରତିଷ୍ଠା ଦିବସରେ ଏହା କେତେଦୂର ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।ଖୁବଶୀଘ୍ର ଆରମ୍ଭ ହେବ ଟୟ ଟ୍ରେନ ଓ ରୋପ ୱଏ। ଡିସେମ୍ବର ୨୯ ପ୍ରତିଷ୍ଠା ଦିବସରେ ଏହା ଆରମ୍ଭ ହେବ।

Body:ନନ୍ଦନକାନନ ରେ ପୁଣି ଗଡିବ ଟୟ ଟ୍ରେନ ଓ ଚାଲିବ ରୋପ ୱଏ।ଭରପୁର ମଜା ଉଠାଇବେ ପର୍ଯ୍ୟଟକ।ଲମ୍ବା ସମୟ ଧରି ବନ୍ଦ ରହିଥିବା ଟୟ ଟ୍ରେନ ପୁଣି ଚାଲିବ ଆସନ୍ତା ନନ୍ଦନକାନନ ପ୍ରତିଷ୍ଠା ଦିବସରୁ।ନନ୍ଦନକାନନ ପ୍ରାଣୀ ଉଦ୍ୟାନ କତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏବଂ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଵ୍ୟଵସ୍ଥା ଆରମ୍ଭ କରାଯିବ ବୋଲି ନନ୍ଦନକାନନ କତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଲମ୍ବା ସମୟ ଧରି ବନ୍ଦ ପଡିଥିବା ନନ୍ଦନକାନନ ଟୟ ଟ୍ରେନ ପୁଣି ସକ୍ରିୟ ହେବ ଅର୍ଥାତ ପର୍ଯ୍ୟଟକମାନେ ପାଇବେ ନନ୍ଦନକାନନ ରେ ପୁଣି ଥରେ ଟୟ ଟ୍ରେନର ଅନୁଭବ।ପାଖାପାଖି ଗୋଟିଏ ଦଶନ୍ଧି ଧରି ପଡିରହିଥିବା ଟୟ ଟ୍ରେନ ଓ ରୋପ ୱଏ ସେବାକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ।

ଦୀର୍ଘଦିନ ଧରି ପଡିରହିଥିବା ଟୟ ଟ୍ରେନ ଓ ରୋପ ୱଏ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ।କଲିକତାର ଏକ ଘରୋଇ କମ୍ପାନୀକୁ ଏହାର ଦାଇତ୍ୱ ଦିଆଯାଇଛି।ପର୍ଯ୍ୟଟକଙ୍କ ପାଇଁ ଏହା ନିଶ୍ଚିତ ଖୁସିର ଖବର।ଆଶା କରୁଛୁ କି ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ।ସମ୍ଭବତଃ ଆସନ୍ତା ନନ୍ଦନକାନନ ପ୍ରାଣୀଉଦ୍ୟାନ ପ୍ରତିଷ୍ଠା ଦିବସରେ ଏହାକୁ ଆରମ୍ଭ କରାଯିବ ବୋଲି ନନ୍ଦନକାନନ ପ୍ରାଣୀଉଦ୍ୟାନ ର ନିର୍ଦ୍ଧେଶକ ଶଶୀ ପାଲ କହିଛନ୍ତି।

କେବଳ ଟୟ ଟ୍ରେନ ନୁହେଁ ,ବିଭିନ୍ନ କାରଣରୁ ବନ୍ଦ ପଡିଥିବା ରୋପ ୱଏ ମଧ୍ୟ କାର୍ଯ୍ୟକ୍ଷମ ହେବ।ପଶ୍ଚିମବଙ୍ଗ ର ଏକ ଘରୋଇ କମ୍ପାନୀକୁ ଦାଇତ୍ୱ ଦିଆଯାଇଛି।ଟୟ ଟ୍ରେନ ଓ ରୋପ ୱଏକୁ ମଧ୍ୟ ସକ୍ରିୟ କରାଯିବ।ବିଭିନ୍ନ କାରଣରୁ ବନ୍ଦ ପଡିଥିବା ରୋପ ୱଏ ମଧ୍ୟ ସକ୍ରିୟ ହେବାରୁ ପର୍ଯ୍ୟଟକ ମାନେ ଅଧିକରୁ ଅଧିକ ଆକର୍ଷିତ ହେବେ।

ବିଭିନ୍ନ ସମୟରେ ନନ୍ଦନକାନନ କତ୍ତୃପକ୍ଷ ରୋପ ୱଏ ଏବଂ ଟୟ ଟ୍ରେନକୁ ଚାଲୁ କରିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ସମ୍ଭବ ହୋଇନଥାଏ।ତେବେ ଏଥର ପ୍ରତିଷ୍ଠା ଦିବସରେ ଏହା କେତେଦୂର ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.