ETV Bharat / city

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ 5 ମୃତ

author img

By

Published : Dec 13, 2020, 12:31 PM IST

Updated : Dec 13, 2020, 1:40 PM IST

ଓଡିଶାରେ ନିୟନ୍ତ୍ରଣାଧୀନ ହେଉଛି କୋରୋନା ସଂକ୍ରମଣ । ଦିନକୁଦିନ କମୁଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ 5 ମୃତ
ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ 5 ମୃତ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ତେବେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ୫ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮୦୭ରେ ପହଞ୍ଚିଛି ।

ମୃତକଙ୍କ ଭିତରେ ଭୁବନେଶ୍ବରର ଜଣେ 59 ବର୍ଷର ପୁରୁଷ ଥିବାବେଳେ, ମୟୂରଭଞ୍ଜର ଜଣେ 58 ଓ 68 ବର୍ଷର ପୁରୁଷ, ଖୋର୍ଦ୍ଧାର 64 ବର୍ଷର ପୁରୁଷ ଓ ସୁନ୍ଦରଗଡର ଜଣେ 59 ବର୍ଷର ପୁରୁଷ ରହିଛନ୍ତି ।

ସେହିପରି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 23 ହଜାର 757 ପାର କରିଥିବାବେଳେ, 3 ଲକ୍ଷ 18 ହଜାର 683 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 2 ହଜାର 214 ଜଣ ଚିକିତ୍ସାଧୀନ ଥିବାବେଳେ, କେବଳ ଓଡିଶାରେ ବର୍ତ୍ତମାନ ସୁଦ୍ଧା 63 ଲକ୍ଷ 78 ହଜାର 784 ଟି କୋରୋନା ଟେଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2020, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.