ETV Bharat / city

ସରିଲା ତୋଷାଳି ମେଳା, ଏଥର 16 କୋଟିରୁ ଊର୍ଦ୍ଧ୍ବ ବେପାର

author img

By

Published : Apr 11, 2022, 9:17 AM IST

Updated : Apr 11, 2022, 12:34 PM IST

ଉଦଯାପିତ ହୋଇଯାଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଗତ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ରବିବାର ଶେଷ ହୋଇଛି । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ଦିବସରେ ଜନତା ମଇଦାନରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ସରିଲା ତୋଷାଳି ମେଳା, ଏଥର 16 କୋଟିରୁ ଊର୍ଦ୍ଧ୍ବ ବେପାର
ସରିଲା ତୋଷାଳି ମେଳା, ଏଥର 16 କୋଟିରୁ ଊର୍ଦ୍ଧ୍ବ ବେପାର

ଭୁବନେଶ୍ବର: ଉଦଯାପିତ ହୋଇଯାଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଗତ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ରବିବାର ଶେଷ ହୋଇଛି । ଶେଷ ଦିନରେ ଜନତା ମଇଦାନରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ମେଳା ବୁଲିବାକୁ ଆସିଥିବା ଲୋକେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର କିଣାକିଣି କରିବା ସହିତ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ମଜା ଉଠାଇଥିଲେ । ରବିବାର ମେଳାର ଶେଷଦିନ ହୋଇଥିବାରୁ ପ୍ରବଳ ଭିଡ ହୋଇଥିଲା । କୋଭିଡ ପରଠୁ ଏହା ଭୁବନେଶ୍ବରର ବଡମେଳା ଥିଲା ।

୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହୋଇଛି । ୩୦ଟି ଫୁଡ଼ ଷ୍ଟଲ୍‌ରେ ବିଭିନ୍ନ ପ୍ରକାରର ପାରମ୍ପରିକ ତଥା ସୁସ୍ଵାଦୁ ଆମିଷ ଏବଂ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଶା ସମେତ ୨୪ଟି ରାଜ୍ୟ ଏହି ମେଳାରେ ସାମିଲ ହୋଇଥିଲେ । ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି ।

ତନ୍ମଧ୍ୟରୁ ହସ୍ତଶିଳ୍ପରେ ପ୍ରାୟ ୬ କୋଟି ୧୮ ଲକ୍ଷ, ହସ୍ତତନ୍ତରେ ୭ କୋଟି ୪୭ ଲକ୍ଷ ତଥା ଫୁଡ୍‌କୋର୍ଟରେ ପ୍ରାୟ ୨ କୋଟି ୪୭ ଲକ୍ଷ ଟଙ୍କାର କାରବାର ମଧ୍ୟ ହୋଇଛି । ୧୪ ଦିନରେ ୧୯ ଲକ୍ଷରୁ ଅଧିକ ପରିଦର୍ଶକ ମେଳା ବୁଲିବାକୁ ଆସିଥିଲେ । ଅନ୍ୟପଟେ 700 ଟଙ୍କାରେ ଫ୍ରିଜ ଏଥର ମୂଖ୍ୟ ଆକର୍ଷଣ ରହିଛି । ବିନା ଇଲେଟ୍ରିକ ରେ 6ରୁ 7ଦିନ ତାଜା ରହିବ ପନିପରିବା । ସ୍ୱାସ୍ଥ୍ୟପ୍ରତି ହିତକର ମଧ୍ୟ । ଏହି ମହାଙ୍ଗା ଯୁଗରେ ଶସ୍ତା ଏବଂ ବିନା ଇଲେଟ୍ରିକ ଅର୍ଥାତ ମାଟିରେ ପ୍ରସ୍ତୁତି ଫ୍ରିଜ ବେଶ ଆକଷର୍ଣୀୟ ଥିଲା । ଯାହା ଦର୍ଶକଙ୍କ ମନକୁ ଛୁଇଁ ଥିଲା ।

ମଇଦାନଠାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ଶୁଭା ଶର୍ମା ତୋଷାଳି ମେଳାରେ ଯୋଗଦେଇଥିବା ଶିଳ୍ପୀ, କଳାକାର, ବୁଣାକାର, କାରିଗରମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ମେଳାର ସଫଳତା ନିମନ୍ତେ ନିରନ୍ତର ଉଦ୍ୟମ କରିଥିବା ସମସ୍ତ କର୍ମଚାରୀ, ଅଧିକାରୀ ଓ ବିଭିନ୍ନ ସହଯୋଗୀ ସଂସ୍ଥାମାନଙ୍କୁ ସାଧୁବାଦ ଜଣାଇଥିଲେ ।

ଏହାସହ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପ ପଦ୍ମଶ୍ରୀ ଇଲିଆନ ସିତାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ଉଦଯାପନୀ ସନ୍ଧ୍ୟାକୁ ସରସ ଓ ସୁନ୍ଦର ଭାବରେ ଗଢ଼ି ତୋଳିଥିଲ। ଦର୍ଶକମାନେ ମନଭରି ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟଶାଳା, କଟକର କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟ, ଶ୍ରୀଧରନାଥ ପରମାଣିକ ଲୋକକଳା ପରିଷଦ ଓ ବ୍ରହ୍ମଗିରିର କଳାକାରମାନଙ୍କ ଦ୍ଵାରା ଧୁଡ଼ୁକି ପରିବେଷଣ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 11, 2022, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.