ETV Bharat / city

ଆସନ୍ତା 15ରୁ ରାଜଧାନୀରେ ଜମିବ ତୋଷାଳି ମେଳା

author img

By

Published : Dec 12, 2019, 6:51 PM IST

ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଚଳିତବର୍ଷ 380 ଗୋଟି ଷ୍ଟଲରେ ଉଭୟ ହସ୍ତତନ୍ତ ଓ ହସ୍ତଶିଳ୍ପର ସାମଗ୍ରୀ ପ୍ରଦର୍ଶିତ ହେବ ।

toshali mela
15ରୁ ତୋଷାଳି ମେଳା ଆରମ୍ଭ

ଭୁବନେଶ୍ବର: ଆସନ୍ତା 15ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ଚତୁର୍ଦ୍ଦଶ ତୋଷାଳି ହସ୍ତଶିଳ୍ପ ମେଳା । ରାଜଧାନୀର ଜନତା ମଇଦାନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଚଳିତବର୍ଷ 380 ଗୋଟି ଷ୍ଟଲରେ ଉଭୟ ହସ୍ତତନ୍ତ ଓ ହସ୍ତଶିଳ୍ପର ସାମଗ୍ରୀ ପ୍ରଦର୍ଶିତ ହେବ ।

15ରୁ ତୋଷାଳି ମେଳା ଆରମ୍ଭ

ଏହି ତୋଷାଳି ମେଳାରେ ସାରା ଦେଶରୁ ଆସିଥିବା 280ଜଣ ହସ୍ତଶିଳ୍ପ କାରିଗର ଓ ବୁଣାକାର ଅଂଶଗ୍ରହଣ କରିବେ । ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ କରିବା ସହିତ ବ୍ୟବସାୟର ସୁଯୋଗ ପାଇବେ । ଏହା ସହିତ ଏହି ମେଳାରେ ବିଭିନ୍ନ ପ୍ରକାର ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ ନିମନ୍ତେ 40ଟି ଫୁଡ଼ଷ୍ଟଲ ସ୍ଥାପନ କରାଯାଉ ଥିବା ରାଜ୍ୟ ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆସନ୍ତା 15 ରୁ 27 ତାରିଖ ଯାଁଏ 13 ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି । ଏହି ମେଳାରେ ସୁରକ୍ଷା ଓ ପରିବେଶକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ଗତବର୍ଷ ଏହି ମେଳାରେ 20 କୋଟି ବ୍ୟବସାୟ କରିଥିବାବେଳେ ଚଳିତବର୍ଷ ମଧ୍ୟ ସେଭଳି ଭଲ ବ୍ୟବସାୟ ଆଶା କରାଯାଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 15 ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା।ଯାହାକି ଡିସେମ୍ବର ମାସ 27 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମୈଦାନ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Body:ଏହି ତୋଷଅଲିମେଳା ରେ ଚଳିତ ବର୍ଷ 380 ଗୋଟି ଷ୍ଟଲ ରେ ଉଭୟ ହସ୍ତତନ୍ତ ଓ ହସ୍ତଶିଳ୍ପ ର ସାମଗ୍ରୀ ସାରା ଦେଶରୁ ଆସିଥିବା 280ଜଣ ହସ୍ତଶିଳ୍ପ କାରିଗର ଓ ବୁଣାକାର ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ କରିବା ସହିତ ବିକ୍ରୟ କରିବାର ସୁଯୋଗ ପାଇବେ।ଏହା ସହିତ ଏହି ମେଳାରେ ବିଭିନ୍ନ ପ୍ରକାର ପାରମ୍ପରିକ ଓ ସମସାମୟିକ ଓଡ଼ିଆ ଖାଦ୍ୟ ପରିବେଷଣ ନିମନ୍ତେ 40ଟି ଫୁଡ଼ ଷ୍ଟଲ ସ୍ଥାପନା କରାଯାଉଥିବା ରାଜ୍ୟ ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଏହି 13 ଦିନ ଧରି ଚାଲିବାକୁ ଥିବା ମେଳାରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି।ଏହି ମେଳାରେ ସୁରକ୍ଷା ଓ ପରିବେଶ କୁ ଦୃଷ୍ଟିରେ ରଖି ସମସ୍ତପ୍ରକାର ବନ୍ଦୋବସ୍ତ କରାଯାଇଥିବା ସେ ପ୍ରକାଶ କରିଛନ୍ତି।
ଗତ ବର୍ଷ ଏହି ମେଳାରେ ବ୍ୟବସାୟ 20 କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷର ଲକ୍ଷ ସେହି ପରିମାଣର ଆଶା କାରାଯାଉଥିବା ଜଣାଯାଏ।
ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ନୀତିନ ଚନ୍ଦ୍ରା,ନିର୍ଦେଶକ ବସନ୍ତ କୁମାର ଦାସ,ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.