ETV Bharat / city

ବାଣୀବିହାର ଆସୁଛନ୍ତି ରାଷ୍ଟ୍ରପତି, ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି - ଆସୁଛନ୍ତି ରାଷ୍ଟ୍ରପତି

ସନ୍ଧ୍ୟାରେ ଆସି ରାଷ୍ଟ୍ରପତି ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚିବେ । ପରେ ରାଜଭବନରେ କରିବେ ରାତ୍ରୀଯାପନ । ଆସନ୍ତାକାଲି ଖୋର୍ଦ୍ଧା ଓ ଉତ୍କଳ ବିଶ୍ଵବିଦ୍ୟାଳୟର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ସମ୍ପୂର୍ଣ୍ଣ ରୂପେ ହାଇ ସିକ୍ୟୁରିଟିରେ ରହିଛି ରାଷ୍ଟ୍ରପତିଙ୍କ ଗସ୍ତ । ଏପଟେ ଉତ୍କଳ ବିଶ୍ବବିଦ୍ୟାଳୟର ହେବାକୁ ଥିବା ସଭାସ୍ଥଳ ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ବାଣୀବିହାର ଆସୁଛନ୍ତି
ବାଣୀବିହାର ଆସୁଛନ୍ତି
author img

By

Published : Dec 7, 2019, 5:31 PM IST

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଖୋର୍ଦ୍ଧାର ବରୁଣେଇ ପୀଠ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି । ଏଭଳି ଏକ ଶିକ୍ଷାନୁଷ୍ଠାନକୁ ରାଷ୍ଟ୍ରପତିଙ୍କ ଆଗମନ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ସମସ୍ତେ ବ୍ୟାକୁଳ ହୋଇଛନ୍ତି ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ।

ଆଜି ସନ୍ଧ୍ୟାରେ ଆସି ରାଷ୍ଟ୍ରପତି ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚିବେ । ପରେ ରାଜଭବନରେ କରିବେ ରାତ୍ରୀଯାପନ । ଆସନ୍ତାକାଲି ଖୋର୍ଦ୍ଧା ଓ ଉତ୍କଳ ବିଶ୍ଵବିଦ୍ୟାଳୟର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ସମ୍ପୂର୍ଣ୍ଣ ରୂପେ ହାଇ ସିକ୍ୟୁରିଟିରେ ରହିଛି ରାଷ୍ଟ୍ରପତିଙ୍କ ଗସ୍ତ। ଏପଟେ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ ପ୍ରକାର ଉତ୍ସକତା ଆଲୁମୁନି ସଦସ୍ୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଯାଇଛି। ଏହାକୁ ନେଇ ଜୋରଦାର ପ୍ରସ୍ତୁତି ସହ ସାଜସଜା ମଧ୍ୟ ଆରମ୍ଭ ହୋଇଯାଇଛି।

ସେପଟେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ବ୍ଲୁ ବୁକ ନିୟମ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ପ୍ରଥମେ ଖୋର୍ଦ୍ଧାର ବରୁଣେଇ ପୀଠରେ ପାଇକ ମେମୋରିଆଲ ଫାଉଣ୍ଡେସନ ସଭାରେ ଯୋଗଦେବେ ରାଷ୍ଟ୍ରପତି। ସେଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଆସି ପ୍ଲାଟିନମ ଜୁବୁଲିର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

ବାଣୀବିହାର ଆସୁଛନ୍ତି ରାଷ୍ଟ୍ରପତି

ଏହି କାର୍ଯ୍ୟକ୍ରମକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସମେତ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ଓ ଡିସିପି ଅନୁପ ସାହୁଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିବା ସହ ସଭାସ୍ଥଳ ପରିଦର୍ଶନ କରିଛନ୍ତି।

ରବିବାର ହେବାକୁ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଆସୁଛନ୍ତି ରାଷ୍ଟ୍ରପତି, ଉତ୍କଳ ରେ ରାଷ୍ଟ୍ରପତିଙ୍କ ଆଗମନ ଏକ ବିରଳ ଦୃଶ୍ୟ: ଭିସି।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଖୋର୍ଦ୍ଧା ର ବରୁଣେଇ ପୀଠ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଭଳି ଏକ ଶିକ୍ଷାଅନୁଷ୍ଠାନକୁ ରାଷ୍ଟ୍ରପତିଙ୍କ ଆଗମନ କୁ ଉତ୍କଳ ପାଇଁ ବିରଳ, ରାଷ୍ଟ୍ରପତିଙ୍କ ସ୍ୱାଗତ କରିବାକୁ ସମସ୍ତେ ବ୍ୟାକୁଳ ହୋଇଛନ୍ତି ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ର କୁଳପତି।

Body:
ସନ୍ଧ୍ୟାରେ ଆସି ରାଷ୍ଟ୍ରପତି ପହଞ୍ଚିବେ ଭୁବନେଶ୍ୱର ବିମାନବନ୍ଦରରେ। ବିମାନବନ୍ଦରରୁ ଖୋର୍ଦ୍ଧା ଓ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ପୂର୍ଣ ଋପେ ହାଇ ସିକ୍ୟୁରୀଟି ରେ ରହିଛି। ରାଷ୍ଟ୍ରପତି ଙ୍କୁ ସ୍ୱଗତ କରିବାକୁ ବ୍ୟାକୁଳ ଭାବରେ ରହିଛନ୍ତି ଆଲୁମୁନି ସଦସ୍ୟ ଓ ବିଶ୍ୱବିଦ୍ୟାଳୟ ର ଅନେକ ଛାତ୍ର ଛାତ୍ରୀ। ଏହାକୁ ନେଇ ଜୋର ଦାର ଚାଲିଛି ସାଜସଜା।
ସୁରକ୍ଷାରେ ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ବ୍ଲୁ ବୁକ ନିୟମ ଅନୁଯାୟୀ ରାଷ୍ଟ୍ରପତି ଙ୍କ ସୁରକ୍ଷାରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖୋର୍ଦ୍ଧା ର ବରୁଣେଇ ପୀଠ ରେ ପାଇକ ମେମୋରିଆଲ ଫାଉଣ୍ଡେସନ ସଭାରେ ଯୋଗା ଦେବେ ରାଷ୍ଟ୍ରପତି। ସେଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଆସି ପ୍ଲାଟିନମ ଜୁବୁଲିର ଉଦଜାପନି କାର୍ଯ୍ୟକ୍ରମରେ ଯୋଗ ଦେବେ।
ଏହି କାର୍ଯ୍ୟକ୍ରମକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ କେନ୍ଦ୍ରମନ୍ତ୍ରୀ ଧରମେନ୍ଦ୍ର ପ୍ରଧାନ , ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସମେତ ଉତ୍କଳ ବିଶ୍ଵବିଦ୍ୟାଳୟ ର କୁଳପତି ଓ ଡିସିପି ଅନୁପ ସାହୁଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ସୁରକ୍ଷା ନିରୀକ୍ଷଣ କରିଛନ୍ତି।

ତେବେ ଏହି ଉତ୍କଳ ବିଶ୍ଵବିଦ୍ୟାଳୟ ରେ ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟର ମହାମହିମା ରାଜ୍ୟପାଳ ଗଣେସି ଲାଲ, ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ।

Byte- ଅରୁଣ ସାହୁ, ମନ୍ତ୍ରୀ
Byte- ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଭିସି, ଉତ୍କଳ ବିଶ୍ଵବିଦ୍ୟାଳୟ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.