ETV Bharat / city

ପଶ୍ଚିମବଙ୍ଗ ହିଂସାକୁ ପ୍ରବଳ ବିରୋଧ, ବୁଧବାର ଦେଶବ୍ୟାପୀ ଧାରଣା ଦେବ ବିଜେପି

ବଙ୍ଗ ହିଂସାରେ ପ୍ରାଣ ହରାଇଥିବା ବିଜେପି କାର୍ଯ୍ୟକର୍ତ୍ତା ପରିବାର ବର୍ଗଙ୍କୁ ଭେଟିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହାରି ମଧ୍ୟରେ ବଙ୍ଗରେ ଘଟିଥିବା ନିର୍ବାଚନୀ ହିଂସାକାଣ୍ଡକୁ ବିରୋଧ କରି ଦେଶବ୍ୟାପୀ ଧାରଣା ଦେବ ଭାରତୀୟ ଜନତା ପାର୍ଟି । ଏଥିରେ ଓଡିଶା ବିଜେପି ମଧ୍ୟ ସାମିଲ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ...

author img

By

Published : May 4, 2021, 10:20 PM IST

Breaking News

ଭୁବନେଶ୍ବର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରୁ ସାମ୍ନାକୁ ଆସୁଛି ହିଂସା ଓ ହତ୍ୟା ଘଟଣା । ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ସହ ଘର ଏବଂ ଦୋକାନ ପୋଡାଜଳା ନେଇ ହୋଇଛି ଅଭିଯୋଗ । ବଙ୍ଗ ହିଂସାରେ ପ୍ରାଣ ହରାଇଥିବା ବିଜେପି କାର୍ଯ୍ୟକର୍ତ୍ତା ପରିବାର ବର୍ଗଙ୍କୁ ଭେଟିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହାରି ମଧ୍ୟରେ ବଙ୍ଗରେ ଘଟିଥିବା ନିର୍ବାଚନୀ ହିଂସାକାଣ୍ଡକୁ ବିରୋଧ କରି ଦେଶବ୍ୟାପୀ ଧାରଣା ଦେବ ଭାରତୀୟ ଜନତା ପାର୍ଟି । ଏଥିରେ ଓଡିଶା ବିଜେପି ମଧ୍ୟ ସାମିଲ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ।

ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତୃବୃନ୍ଦ ସମସ୍ତ କୋଭିଡ ଗାଇଡଲାଇନକୁ ପାଳନ କରି ବିରୋଧ ପ୍ରଦର୍ଶନ କରିଥିଲେ । ଏହି ବିରୋଧ ପ୍ରଦର୍ଶନରେ ବରିଷ୍ଠ ବିଜେପି ନେତ୍ରୀ ସୁରମା ପାଢୀ, ଖାରବେଳ ସ୍ଵାଇଁ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପଶ୍ଚିମବଙ୍ଗ ହିଂସା ଏବଂ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା ଓ ମାରପିଟ ବିରୁଦ୍ଧରେ ରାଜ୍ୟର ସମସ୍ତ ଜିଲ୍ଲାରେ ଧାରଣା ପ୍ରଦର୍ଶନ କରାଯିବ । ଲକ୍‌ଡାଉନ ଏବଂ କୋଭିଡ୍ କଟକଣାକୁ ପାଳନ କରାଯାଇ ଏହି ଧାରଣା ଦିଆଯିବ ବୋଲି ମହାପାତ୍ର କହିଛନ୍ତି ।

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ ସରକାରର ଶାସନ କାଳରେ ବର୍ତ୍ତମାନସୁଦ୍ଧା ୧୪୦ରୁ ଉର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତାଙ୍କ ପ୍ରାଣ ଯାଇଥିବାବେଳେ ବହୁ ସଂଖ୍ୟାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ହେଲେ ରାଜ୍ୟ ପ୍ରଶାସନ ଆଖି ବନ୍ଦ କରି ବସି ରହିଛି । ଏଭଳି ହିଂସାକାଣ୍ଡକୁ ଭାରତୀୟ ଜନତା ପାର୍ଟି ଦୃଢ ନିନ୍ଦା କରିବା ସହ ଏହା ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ମହାପାତ୍ର କହିଛନ୍ତି ।

ଏପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 2 ଦିନିଆ ପଶ୍ଚମବଙ୍ଗ ଗସ୍ତରେ ଅଛନ୍ତି । ଏହି ଅବସରରେ ହିଂସାରେ ପ୍ରଭାବିତ ବିଜେପି କାର୍ଯ୍ୟକର୍ତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରାଯିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.