ETV Bharat / city

ଗୁରୁବାର ସରିବ ମତଦାନ, ଶେଷ ପରୀକ୍ଷା ଦେବେ ପ୍ରାର୍ଥୀ - ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି(ଗୁରୁବାର) ସରିବ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ । ଅଧିକ ପଢନ୍ତୁ

ଗୁରୁବାର ସରିବ ମତଦାନ, ଶେଷ ପରୀକ୍ଷା ଦେବେ ପ୍ରାର୍ଥୀ

author img

By

Published : Feb 23, 2022, 4:25 PM IST

Updated : Feb 23, 2022, 5:05 PM IST

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ସରିବ ଗଣତନ୍ତ୍ରର ମହାନ ପର୍ବ । ଶେଷ ହେବ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ବାକିଥିବା ମୋଟ 25 ଜିଲ୍ଲାରେ 131 ଜିଲ୍ଲା ପରିଷଦ ଜୋନ ପାଇଁ ପଡିବ ଭୋଟ ।

ଗୁରୁବାର ସରିବ ମତଦାନ, ଶେଷ ପରୀକ୍ଷା ଦେବେ ପ୍ରାର୍ଥୀ

ଆସନ୍ତାକାଲି 131 ଜିଲ୍ଲା ପରିଷଦ ଜୋନ୍‌ରେ 520 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । 13514 ବୁଥରୁ 2027ଟି ବୁଥ ସମ୍ବେଦନଶୀଳ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । 5 ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିବାରୁ ସେଠାରେ ନିୟୋଜିତ ହୋଇଥିବା ପୋଲିସ ବାହିନୀକୁ ଏହି 25 ଜିଲ୍ଲାରେ ଅତିରିକ୍ତ ଭାବେ ନିୟୋଜିତ କରାଯାଇଛି ।

ସେପଟେ ଆଜି(ବୁଧବାର) 10 ଜିଲ୍ଲାର 49ଟି ସ୍ଥାନରେ ରି-ପୁଲିଂ ହେଉଛି । ଖବର ଲେଖା ହେବା ସୁଦ୍ଧା ସବୁଠି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଚାଲିଥିଲା । ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତାକାଲି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 23, 2022, 5:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.