ETV Bharat / city

ବିଜେଡିକୁ ଚାଲିବ ୨୩, ପ୍ରତିଷ୍ଠା ଦିବସରେ ସୁପ୍ରିମୋଙ୍କ ବାର୍ତ୍ତାକୁ ଅପେକ୍ଷା - bjd foundation day

ଗୁରୁବାର ବିଜେଡିର ପ୍ରତିଷ୍ଠା ଦିବସ। ରାଜ୍ୟ ପ୍ରତି ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳିବ ଦଳ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bjd foundation day
ପ୍ରତିଷ୍ଠା ଦିବସରେ ସୁପ୍ରିମୋଙ୍କ ବାର୍ତ୍ତାକୁ ଅପେକ୍ଷା
author img

By

Published : Dec 25, 2019, 7:59 PM IST

ଭୁବନେଶ୍ବର: ଗୁରୁବାର ବିଜେଡିର ପ୍ରତିଷ୍ଠା ଦିବସ। ବିଜୁ ଜନତା ଦଳ(ବିଜେଡି) ପ୍ରତିଷ୍ଠା ହେବାକୁ 22ବର୍ଷ ପୁରି 23 ବର୍ଷ ଚାଲିବ। ଏନେଇ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିଛି ଦଳ। ରାଜ୍ୟର ପ୍ରତି ନିର୍ବାଚନମଣ୍ତଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

ପ୍ରତିଷ୍ଠା ଦିବସରେ ସୁପ୍ରିମୋଙ୍କ ବାର୍ତ୍ତାକୁ ଅପେକ୍ଷା

ଏପଟେ ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସୂର୍ଯ୍ୟପରାଗ ପାଇଁ ପ୍ରତିଷ୍ଠା ଦିବସ ଅପରାହ୍ନ ସାଢ଼େ ୪ଟାରେ କରିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ବିଜେଡି ସଦସ୍ୟତା ସଂଗ୍ରହ କୋଟିଏରେ ପହଞ୍ଚିଛି। ଏହା ସହ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି। ସେଥିପାଇଁ କର୍ମୀଙ୍କ ପାଇଁ ଏଥର ବୀମା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ସହିତ ଓଡିଶାବାସୀଙ୍କ ବିକାଶ ପାଇଁ କାମ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଇବେ ନବୀନ। ଏପରିକି ଏହି ବୈଠକରେ ବିଜେଡି ସୋସିଆଲ ଓ୍ବିଙ୍ଗ ଘୋଷଣା କରିପାରନ୍ତି ନବୀନ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସ। ବିଜେଡିକୁ ୨୨ ପୁରି ୨୩ ଚାଲିବ। ଏନେଇ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିଛି। ପ୍ରତି ନିର୍ବାଚନ ମଣ୍ତଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳର ସୁପ୍ରିମୋ ନିର୍ଦେଶ ଦେଇଛନ୍ତି। ଏପଟେ ଆସନ୍ତା କାଲି ରାଜ୍ୟକାର୍ଯ୍ୟାଳୟରେ ବସିବ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ସୂର୍ଯ୍ୟପରାଗ ପାଇଁ ପ୍ରତିଷ୍ଠା ଦିବସ ଅପରାହ୍ନ ସାଢ଼େ ୪ଟାରେ କରିବା ପାଇଁ ଦଳ ପକ୍ଷରୁ ନିଷ୍ପତି ହୋଇଛି। ଚଳିତ ବର୍ଷ ବିଜେଡି ସଦସ୍ୟତା ସଂଗ୍ରହ କୋଟିଏ ପହଞ୍ଚିଛି। ଏହା ସହ କର୍ମୀଙ୍କ ଆକ୍ଲନ୍ତ ପରିଶ୍ରମ ପାଇଁ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦ ଅଳକୃତ କରିଛନ୍ତି। ସେଥିପାଇଁ କର୍ମୀଙ୍କ ପାଇଁ ଏଥର ବୀମା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ଓଡିଶା ବସୀଙ୍କ ବିକାଶ ପାଇଁ କାମ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଇବେ ନବୀନ। ଏହା ସହିତ ବିଜେଡି ସୋସିଆଲ ଓ୍ବିଙ୍ଗ ଘୋଷଣା କରିପାରନ୍ତି ନବୀନ ।
Body:ବାଇଟ- ସଞ୍ଜୟ ଦାସର୍ବମା, ସାଧାରଣ ସମ୍ପାଦକ, ବିଜେଡି
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.