ଭୁବନେଶ୍ବର: ଆଜିଠାରୁ ହେଲା ସକାଳୁଆ ସ୍କୁଲ । ତେବେ ସକାଳର ସମୟକୁ ନେଇ ବିରୋଧ କରୁଛନ୍ତି ଉଭୟ ଶିକ୍ଷକ ଓ ଅଭିଭାବକ ସଂଘ।
ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢୁଛି । ଖରାକୁ ନେଇ ରାଜ୍ୟବାସୀ ଅତିଷ୍ଠ ହେଲେଣି। ଏପଟେ ସ୍କୁଲ ପିଲାଙ୍କ 100 ଦିନର ପାଠପଢ଼ା। ତେଣୁ ରାଜ୍ୟ ସରକାର ସକାଳୁଆ ସ୍କୁଲ କରିଛନ୍ତି । ଯାହା ସକାଳ 7ଟା ରୁ ମଧ୍ୟାହ୍ନ 1 ଟା ପର୍ଯ୍ୟନ୍ତ। ଏହାକୁ ନେଇ ଉଭୟ ଶିକ୍ଷକ ଓ ଅଭିଭାବକ ସଂଘ ବିରୋଧ କରିଥିଲେ। ଯଥା ଶୀଘ୍ର ସମୟର ପରିବର୍ତ୍ତନ କରାଯାଉ। ଯାହା ଫଳରେ ଖରାରେ ପିଲାଙ୍କ ସମେତ ଶିକ୍ଷକ ମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ଶିକ୍ଷକ ସଂଘର ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ସ୍କୁଲର ସମୟ ସୀମା ପରିବର୍ତ୍ତନକୁ ବିରୋଧ କରାଯାଉଛି । 6 ଟା 30 ରୁ 11 ଟା 30 ପର୍ଯ୍ୟନ୍ତ କ୍ଳାସ କରିବାକୁ ଦାବି କରାଯାଇଛି । ଯେହେତୁ ପିଲାମାନେ ଦୂର ଦୁରାନ୍ତରୁ ଆସନ୍ତି ସ୍କୁଲକୁ ଓ କଲେଜକୁ। ଅନ୍ୟପଟେ ରାଜ୍ୟରେ ପ୍ରାୟ ସ୍କୁଲରେ କୋର୍ସ ସରିଯିବା ସହ ରବିବାର ସ୍କୁଲ ଖୋଲା ନଯାଉ ବୋଲି ଦାବି ରଖିଥିବା ବେଳେ ଖରା ସମୟରେ ପିଲାଙ୍କ ପାଇଁ ସମସ୍ତ ସୁବିଧା ସ୍କୁଲରେ କରାଯାଉ ଯାହା ଫଳରେ ପିଲାମାନେ ସୁସ୍ଥ ରହିପାରିବେ।
ସେପଟେ ଅଭିଭାବକ ମହାସଂଘ ଶିକ୍ଷା ସଂଘ ମତକୁ ସହମତ ହୋଇଛି। ଯେହେତୁ ଖରା ଅଧିକ ମାତ୍ରାରେ ବଢ଼ୁଥିବାରୁ ସ୍କୁଲର ସମସ୍ୟା ପରିବର୍ତ୍ତନ କରାଯାଉ। ଦିନ 12 ଟା ମଧ୍ୟରେ ସମସ୍ତ ପିଲାମାନେ ଘରେ ଯେଭଳି ପହଞ୍ଚିପାରିବେ। ସେନେଇ ବ୍ୟବସ୍ଥା କରାଯାଉ । ଅନ୍ୟପଟେ ଅନେକ ସ୍କୁଲରେ କୋର୍ସ ନ ସାରିଥିବାରୁ ଶିକ୍ଷକମାନେ ରବିବାର ମଧ୍ୟ ସ୍କଲ କରିବାକୁ ଶିକ୍ଷକ ସଂଘକୁ ଅନୁରୋଧ କରିଛନ୍ତି ଅଭିଭାବକ ମହଂସଘ । ଏପଟେ ଭୁବନେଶ୍ବର ବିଏମ ସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ କହିଛନ୍ତି ଯେ ଖରା ଅଧିକ ହେଉଥିବାରୁ ପିଲାଙ୍କ ପାଇଁ ସ୍କୁଲରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଯାହା ପିଲାଙ୍କୁ ପାଣି ଘରୁ ଆଣିବାକୁ କୁହାଯାଇଛି। ଓଆରଏସ ପାଣି ମଧ୍ୟ ସ୍କୁଲରେ ରଖାଯାଉଛି। ଏବଂ ଯଦି ସମସ୍ୟା ପରିବର୍ତ୍ତନ କରାଯିବ ତେବେ ଅଧିକ ଲାଭଦାୟକ ହେବେ ଛାତ୍ର ଛାତ୍ରୀମାନେ ବୋଲି କହିଛନ୍ତି । ଏପଟେ ରାଜ୍ୟ ସରକାର ନବମ ଏକାଦଶ ପାଇଁ ସକାଳ 7 ରୁ 11 ଟା ଓ ଦଶମ ଦ୍ଵାଦଶ ପାଇଁ 9 ରୁ 1 ଟା ପର୍ଯ୍ୟନ୍ତ କ୍ଳାସ କରିବା ପାଇଁ ପରିବର୍ତ୍ତନ କରିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ