ଭୁବନେଶ୍ବର: ପିପିଲ ଉପନିର୍ବାଚନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କଲା ସିଇଓ । ଏହି ନମ୍ବର ମାଧ୍ୟମରେ ଅଭିଯୋଗ କରିପାରିବେ ପିପିଲିବାସୀ । ଫୋନ୍: ୦୬୭୪-୨୩୯୧୧୫୫, ଫ୍ୟାକ୍ସ: ୦୬୭୪-୨୫୩୬୬୪୫, ନିର୍ବାଚନକୁ ନେଇ କୌଣସି ଅଭିଯୋଗ ଥିଲେ ଜଣାଇ ପାରିବେ ଲୋକେ ।
ଆସନ୍ତା ଏପ୍ରିଲ 17ରେ ପିପିଲିରେ ଉପନିର୍ବାଚନ ପାଇଁ ମତଗ୍ରହଣ ହେବ । ତେବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନେଇଛି ସିଇଓ । ରବିବାର ପ୍ରମୁଖ ଦଳ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ହିଂସା ପରେ ଏହି ନିଷ୍ପତ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଗ୍ରହଣ କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ