ଭୁବନେଶ୍ବର: ରାଜ୍ୟରେ କୋରୋନା ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷରୁ ଅଧିକ । ରବିବାର ରାଜ୍ୟରେ 244 ଜଣ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ରକ୍ଷ 26 ହଜାର 209 ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଯ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ କୋରୋନା ଆକ୍ରାନ୍ତ ଆରୋଗ୍ୟଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ରବିବାର ରାଜ୍ୟର 30 ଟି ଜିଲ୍ଲାରେ 244 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡରେ 36, ଖୋର୍ଦ୍ଧାରେ 33, ଅନୁଗୁଳ ଓ କଟକରେ 21, ସମ୍ବଲପୁରରେ 19, ବରଗଡରେ 18, ବଲାଙ୍ଗୀର ଓ ମୟୁରଭଞ୍ଜରେ 16, ଯାଜପୁରରେ 11, ବାଲେଶ୍ବର ଓ କେନ୍ଦ୍ରାପଡାରେ 10, ନୂଆପଡାରେ 9, ଝାରସୁଗୁଡ଼ା ଓ କଳାହାଣ୍ଡିରେ 3, ଭଦ୍ରକ ଜଗତସିଂହପୁର ଓ ନବରଙ୍ଗପୁରରେ 2 ଜଣ, କେନ୍ଦୁଝର ନୟାଗତ ଓ ପୁରୀରେ 1, ଷ୍ଟେଟ ପୋଲରେ 9 ଜଣ ସୁସ୍ଥ ହୋଇଛନ୍ତି । ତେବେ କୋରୋନାରେ ଆରୋଗ୍ୟଙ୍କ ସଂଖ୍ୟା ରାଜ୍ୟରେ ମୋଟ 3262091 ପହଞ୍ଚିଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ