ETV Bharat / city

12ରୁ ପୁଣି ବର୍ଷାରେ ଭିଜିବ ସାରା ଓଡିଶା - ୧୩ ତାରିଖରେ ପ୍ରବଳ ବର୍ଷା

ଆସନ୍ତା 12 ତାରିଖରେ ବିଭିନ୍ନ ଜିଲ୍ଲାରେ କୁଆପଥର ବର୍ଷା ଓ ୧୩ ତାରିଖରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ...

ପୁଣି ବର୍ଷାରେ ଭିଜିବ ସାରା ଓଡିଶା
ପୁଣି ବର୍ଷାରେ ଭିଜିବ ସାରା ଓଡିଶା
author img

By

Published : Mar 10, 2020, 11:28 PM IST

ଭୁବନେଶ୍ବର: ପୁଣି ଭିଜିବ ସାରା ଓଡିଶା। ଆସନ୍ତା ୫ ଦିନ ପାଇଁ ପୁଣି ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା 12 ତାରିଖରେ ବିଭିନ୍ନ ଜିଲ୍ଲାରେ କୁଆପଥର ବର୍ଷା ଓ ୧୩ ତାରିଖରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପୁଣି ବର୍ଷାରେ ଭିଜିବ ସାରା ଓଡିଶା

ସେହିପରି ଆସନ୍ତା ୨୪ ଘଣ୍ଟାରେ ରାୟଗଡା, କୋରାପୁଟ, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ସୁନ୍ଦରଗଡ ଓ କେନ୍ଦୁଝରରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପଟେ ୧୨ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ଢେଙ୍କାନାଳ ଓ ଅନୁଗୁଳରେ କୂଆ ପଥର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୨ ତାରିଖରେ ବିଜୁଳି, ଘଡଘଡି ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ, ଅନୁଗୋଳ,ଦେଓଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରେ ବର୍ଷା ହେବ ବୋଲି ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବନିମ୍ନ ବର୍ଷା ଏବଂ ତାପମାତ୍ରା ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଆସନ୍ତା ୧୪ ତାରିଖ ପରେ ପାଗ ସ୍ବାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.