ETV Bharat / city

ଦୁର୍ବଳ ହେଲା ଲଘୁଚାପ, ଉପକୂଳ ଜିଲ୍ଲାରେ ସ୍ବଳ୍ପ ବର୍ଷା - ଘଡଘଡି ଓ ବିଜୁଳି

ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପ । ଆସନ୍ତା ଦୁଇ ଦିନ ପାଇଁ ଉତ୍ତର ଓଡିଶାରେ ଅଧିକ ବର୍ଷାର ସମ୍ଭାବନା ନାହିଁ ।

ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ
author img

By

Published : Aug 19, 2019, 8:54 PM IST

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପ। ଆସନ୍ତା ଦୁଇ ଦିନ ପାଇଁ ଉତ୍ତର ଓଡିଶାରେ ଅଧିକ ବର୍ଷାର ସମ୍ଭାବନା ନାହିଁ । ତେବେ ଆସନ୍ତା 22ରୁ 23 ତାରିଖ ମଧ୍ୟରେ ବର୍ଷାର ପରିମାଣ ବଢିବା ନେଇ ଆଶଙ୍କା କରାଯାଇଛି ।

ଦୁର୍ବଳ ହେଲା ଲଘୁଚାପ, ଉପକୂଳ ଜିଲ୍ଲାରେ ସ୍ବଳ୍ପ ବର୍ଷା

ଏହାସହ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡଘଡି ଓ ବିଜୁଳି ହେବାର ମଧ୍ୟ ସମ୍ଭାବନା ରହିଛି । ବିଶେଷ କରି ନୟାଗଡ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ,ବାଲେଶ୍ବର, ଗଞ୍ଜାମ, କେନ୍ଦୁଝର, ସମ୍ବଲପୁର, ମୟୂରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡରେ ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲା ଗୁଡିକରେ ମଧ୍ୟ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ରାଜ୍ୟରେ ମୌସୁମୀ ବର୍ଷା ଦୁଇ ପ୍ରତିଶତ ହୋଇଛି। ଚଳିତ ବର୍ଷ ଅଗଷ୍ଟରେ ସ୍ବାଭାବିକ ବର୍ଷା ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ରାଜ୍ୟର ପାଣିପାଗ Body:ରାଜ୍ୟରେ ଲଘୁଚାପ ପ୍ରଭାବ ଦୁର୍ବଳ।ଉତ୍ତର ଓଡ଼ିଶାରେ ଆସନ୍ତା ଦୁଇ ଦିନ ପାଇଁ ଭାରି ବର୍ଷାର ସୂଚନା ନାହିଁ।ଆସନ୍ତା ୨୨,୨୩ ତାରିଖରୁ ବର୍ଷାର ପରିମାଣ ବଢିବ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ଓ ବିଜୁଳି ହେବ।ନୟାଗଡ଼, ଖୋର୍ଦ୍ଧା, କଟକ,ଢେଙ୍କାନାଳ, ଯାଜପୁର, ଭଦ୍ରକ,ବାଲେଶ୍ୱର, ଗଞ୍ଜାମ, କେଓଁଝର, ସମ୍ବଲପୁର, ମୟୁରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼ ରେ ଘଡଘଡି ବର୍ଷା ହେବାର ସମ୍ଭାବନା ଅଛି।ସ୍ୱଳ୍ପ ବର୍ଷା ହେବ।ଉପକୂଳ ଜିଲା ଗୁଡିକରେ ମଧ୍ୟ ସ୍ୱଳ୍ପ ବର୍ଷା ହେବ।ରାଜ୍ୟରେ ମୌସୁମୀ ବର୍ଷା -୨ ପ୍ରତିଶତ ହୋଇଛି।ଚଳିତ ବର୍ଷ ଅଗଷ୍ଟ ରେ ସ୍ୱାଭାବିକ ବର୍ଷା ହୋଇଛି।ମସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ କୌଣସି ସତର୍କ ସୂଚନା ନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.