ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତକାଲି ସଂକ୍ରମଣ ୫୦୦ ତଳକୁ ହ୍ରାସ ପାଇଥିବା ବେଳେ ଆଜି ମଧ୍ୟ ଏହା ୫ଶହ ତଳକୁ ଖସିଛି । ସେହିପରି ଶିଶୁ ସଂକ୍ରମଣ ମଧ୍ୟ ଗତକାଲି ପରି ୧୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୫୫ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୫୨ ଜଣ ଥିବା ବେଳେ ୧୭୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୭୯ ଜଣ ଥିବାବେଳେ ଅନୁଗୋଳରୁ ୫, ବାଲେଶ୍ବରରୁ ୧୮, ବରଗଡ଼ରୁ ୩, ଭଦ୍ରକରୁ ୧୦, କଟକରୁ ୪୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩, ଜଗତସିଂହପୁରରୁ ୨୦ , ଯାଜପୁରରୁ ୨୧, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୮, ନୟାଗଡ଼ରୁ ୮, ପୁରୀ ୧୫, ସମ୍ବଲପୁରରୁ ୯, ରାୟଗଡାରୁ ୪ , ସୁନ୍ଦରଗଡରୁ ୬ ଏବଂ ଷ୍ଟେଟ ପୁଲ୍ରୁ୪୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୨୬୧ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ