ETV Bharat / city

Corona Death Report; ଦିନକରେ ଗଲା ୪ ଜୀବନ - କୋରୋନା ମୃତ୍ୟୁ

ଗତ ୨୪ ଘଣ୍ଟାରେ ୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮ ହଜାର ୩୪୦କୁ ବୃଦ୍ଧି । ଅଧିକ ପଢନ୍ତୁ...

Corona Death Report; ଦିନକରେ ଗଲା ୪ ଜୀବନ
Corona Death Report; ଦିନକରେ ଗଲା ୪ ଜୀବନ
author img

By

Published : Nov 2, 2021, 11:41 AM IST

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୩୪୦କୁ ବୃଦ୍ଧି ହୋଇଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, ଖୋର୍ଦ୍ଧାରୁ ଜଣେ ଓ ପୁରୀରୁ ଜଣେ ଲେଖାଏଁଙ୍କ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ବାଲେଶ୍ବରରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୬, ଜଗତସିଂହପୁରରେ ୩୧୭, ଖୋର୍ଦ୍ଧାରେ ୧୫୪୩ ଓ ପୁରୀରେ ମୋଟ ମୃତ୍ୟୁସଂଖ୍ୟା ୪୫୭ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୬୫ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୧୦୦ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.