ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ପୂର୍ବରୁ ୬୦ ଉପରକୁ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ପାର କରୁଥିବା ବେଳେ ଏବେ କ୍ରମଶଃ ୩ଦିନ ହେବ ଏହି ସଂଖ୍ୟାରେ ବ୍ରେକ ଲାଗିଛି । ଗତ ୨୪ ଘଣ୍ଟାରେ କୋରୋନାରେ ଆକ୍ରାନ୍ତ ହୋଇ ୫ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୪୦କୁ ବୃଦ୍ଧି ପାଇଛି ।
ମୃତକଙ୍କ ମଧ୍ୟରୁ ଭଦ୍ରକରୁ ଜଣେ ରହିଥିବା ବେଳେ, କଟକରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ଖୋର୍ଦ୍ଧାରୁ ଜଣେ ଓ ନବରଙ୍ଗପୁରରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିଥିବାରୁ ଏହା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତୀ ଦେଇଛି । ରାଜ୍ୟରେ ଏବେ ୭ ହଜାର ୧୮୬ ଟିଆକ୍ଟିଭ କେସ ରହିଥିବା ବେଳେ ୯ ଲକ୍ଷ ୯୫ ହଜାର ୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ