ETV Bharat / city

କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର

କୋଭିଡ ମୃତକଙ୍କୁ ନେଇ ଭୁଲ ତଥ୍ୟ ଦେବା ନେଇ ଶୁକ୍ରବାର ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ। ଅଧିକ ପଢନ୍ତୁ...

author img

By

Published : Oct 9, 2020, 11:05 PM IST

today-odisha-bjp-pressmeet
today-odisha-bjp-pressmeet

ଭୁବନେଶ୍ବର: କୋଭିଡ ଯୋଦ୍ଧାଙ୍କୁ ପ୍ରୋତ୍ସାହନ ରାଶି ନେଇ ମିଛ କହୁଛନ୍ତି ରାଜ୍ୟ ସରକାର । ଗତ ୭ ତାରିଖରେ ସରକାରୀ ସୂଚନା ଅନୁଯାୟୀ ରାଜ୍ୟର କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ତାଲିକା ୪୭ ଜଣ ଦେଇଛନ୍ତି ହେଲେ କହୁଛନ୍ତି ୬୦ ଜଣ, ଯାହା ପୁରା ମିଛ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦ ଘଟଣା ବୋଲି ଶୁକ୍ରବାର ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ।

କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର
ପୃଥ୍ବୀରାଜଙ୍କ ଅଭିଯୋଗ କେନ୍ଦ୍ରର ତଥ୍ୟ ଅନୁସାରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ମୋଟ ୪୭ ଜଣ କୋଭିଡ ଯୋଧ୍ୟାଙ୍କ ମୃତ୍ୟୁ ହୋଇଥିବା କହିବା ଏବଂ ୪୨ ଜଣଙ୍କ ବାବଦରେ ତଥ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ମିଥ୍ୟା ତଥ୍ୟ ଦେଉଛନ୍ତି ଅଥଚ ଓଲଟା ଅଭିଯୋଗ କରୁଛନ୍ତି ଯେ ୬୦ ଜଣଙ୍କ ଭିତରୁ କେବଳ ଜଣଙ୍କୁ କୋଭିଡ ଯୋଦ୍ଧାଙ୍କ ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଏହା ସମ୍ପୂର୍ଣ୍ଣ ଭୁଲ, ରୁଦାଲି କାନ୍ଦ କାନ୍ଦୁଛନ୍ତି ରାଜ୍ୟ ସରକାର।

ପୂର୍ବରୁ ରାଜ୍ୟ ସରକାର କୋଭିଡ ଯୋଦ୍ଧାଙ୍କୁ ଯେଉଁ ୫୦ ଲକ୍ଷ ଦେବା ପାଇଁ ଘୋଷଣା କରିଥିଲେ, ତାହା ତୁରନ୍ତ ଦିଅନ୍ତୁ । ସେହିଭଳି ପୂର୍ବ ପ୍ରତିଶୃତି ଅନୁଯାୟୀ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ୭୫୦୦ ଓ ୫୦୦୦ ଅନୁକମ୍ପା ରାଶି ଦିଅନ୍ତୁ । ୭ ଦିନ ଭିତରେ ଯଦି ରାଜ୍ୟ ସରକାର ସ୍ପଷ୍ଟ ନକରନ୍ତି ତେବେ ଆଗକୁ ବିଜେପି ସ୍ୱର ଶାଣିତ କରିବ ବୋଲି ପୃଥ୍ବୀରାଜ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.