ETV Bharat / city

ଆଜି ଶେଷ ସୋମବାର, ସମସ୍ତ ଶୈବପୀଠରେ ଜମୁଛି ଭକ୍ତଙ୍କ ଭିଡ

ଆଜି ମାସ ମଧ୍ୟରେ ଶ୍ରେଷ୍ଠ କାର୍ତ୍ତିକ ମାସର ଶେଷ ସୋମବାର । ସମସ୍ତ ଶୈବ ପୀଠରେ ଜମୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ । ଧର୍ମର ମାସକୁ ହବିଷ୍ୟାଳି ଓ ବ୍ରତଧାରୀମାନେ ଅତି ନିଷ୍ଠା ଓ ପରାକାଷ୍ଠା ସହ ଜପ,ତପ କରି ଅରଜିଥାନ୍ତି କୋଟି ପୁଣ୍ୟ ।

ଆଜି ଶେଷ ସୋମବାର
author img

By

Published : Nov 11, 2019, 9:03 AM IST

Updated : Nov 11, 2019, 10:23 AM IST

ଭୁବନେଶ୍ବର: ଆଜି କାର୍ତ୍ତିକ ମାସର ଶେଷ ସୋମବାର । ଏହି ଦିନରେ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବ ପୀଠ । ଧର୍ମର ଏହି ମାସରେ ମାସଟା ଯାକ ବ୍ରତ ପାଳନ କରିଥାନ୍ତି ହବିଷ୍ୟାଳି ଓ ବ୍ରତଧାରୀ । ଅତି ନିଷ୍ଠା ଓ ପରକାଷ୍ଠା ମଧ୍ୟରେ ମାସଟା ପାଇଁ ଆମିଷ ଛାଡି ନିରାମିଷ ଆହାର କରିଥାନ୍ତି ଏମାନେ । ବିଶ୍ବାସ ରହିଛି କାର୍ତ୍ତିକରେ ଶିବ ଦର୍ଶନ କଲେ ପାପ କ୍ଷୟ ହୁଏ । ଆଜି ଶେଷ ସୋମବାର ହୋଇଥିବାବେଳେ ଆସନ୍ତାକାଲି ଡଙ୍ଗା ଭସାଇ ପୂଣ୍ୟ ଅରଜିବେ ସଭିଏଁ ।

ଆଜି ଶେଷ ସୋମବାର, ସମସ୍ତ ଶୈବପୀଠରେ ଜମୁଛି ଭକ୍ତଙ୍କ ଭିଡ

କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । ହଜାର ତୀର୍ଥରେ ସ୍ଥାନ କଲେ ଯେତିକି ପୁଣ୍ୟ ନମିଳେ, କାର୍ତ୍ତିକରେ ବୁଡ ପକାଇଲେ ଶହେ ଗୁଣ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଭଗବାନ ବିଷ୍ଣୁଙ୍କ ଏହା ଅତି ପ୍ରିୟ ମାସ ବୋଲି ଜଣାଯାଏ । ତେବେ ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚ ଦିନ ପାଳନ କରାଯାଏ । କୁହାଯାଏ, ଏହି 5 ଦିନରେ ବଗ ମଧ୍ୟ ଆମିଷ ଛାଡି ଦେଇଥାଏ ।

କେବଳ ଶୈବ ପୀଠ ନୁହେଁ, ଶ୍ରୀକ୍ଷେତ୍ରରେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି । ଏହି ମାସରେ ହବିଷ୍ୟାଳିଙ୍କ ରହଣି ପାଇଁ ପୁରୀରେ ସମସ୍ତ ବ୍ୟବସ୍ଥା କରାଯାଇଥାଏ । ଆଜି ଶେଷ ସୋମବାର ହୋଇଥିବାବେଳେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତ ଅନୁଷ୍ଠିତ ହୋଇ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ ।

Intro:Body:

TEST

Conclusion:
Last Updated : Nov 11, 2019, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.